
ଖଣ୍ଡପଡ଼ା ( ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ ଅଧିନ କୁସୁମୀ ମାଳବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି।ଉକ୍ତ ମାଳବନ୍ଧ ରାସ୍ତା ଦେଇ ବନମାଳୀପୁର ଓ ରାଣୀଛେଲି ପଞ୍ଚାୟତବାସୀ ଦୈନିକ ଯାତାୟାତ କରୁଥିବା ବେଳେ ମାଳବନ୍ଧ ରାସ୍ତା ପାର୍ଶ୍ବରେ ଅବସ୍ଥିତ ମା ପାଟ୍ଟଚଣ୍ତୀଙ୍କ ପୀଠକୁ ଶ୍ରଦ୍ଧାଳୁ ଭକ୍ତମାନେ ଯାତାୟାତ କରିଥାନ୍ତି। ମାତ୍ର ଏବେ ବର୍ଷାଦିନ ଯୋଗୁଁ ମାଳବନ୍ଧ ରାସ୍ତା ଉପର କାଦୁଅ ପଙ୍କରେ ପୋତି ହୋଇପଡିଛି। ଫଳରେ ମାଳବନ୍ଧ ରାସ୍ତାଟି ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ସଂପୂର୍ଣ୍ଣ ରୁପେ ଅନୁପଯୋଗୀ ହୋଇପଡିଛି।ପୁନଶ୍ଚ ଉକ୍ତ ମାଳବନ୍ଧ ରାସ୍ତାଟି ଖଣ୍ଡପଡ଼ାରୁ ଭୁବନେଶ୍ବରକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତାକୁ ଆମ୍ବନାଳ ସେତୁ ନିକଟରେ ସଂଯୋଗ କରୁଛି।ସାମାନ୍ୟ ବର୍ଷା ହେଲେ ଉକ୍ତ ମାଳବନ୍ଧ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଛି।ପ୍ରତିବର୍ଷ ମାଳବନ୍ଧ ରାସ୍ତାର ଉନ୍ନତିକରଣ ନିମନ୍ତେ ରାଜ୍ଯ ସରକାର ଜଳସେଚନ ବିଭାଗ ଜରିଆରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରୁଥିଲେ ହେଁ ମାଳବନ୍ଧ ରାସ୍ତା ଅବସ୍ଥା ସୁଧୁରୁ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି।କଣ୍ଟିଲୋ ଜଳସେଚନ ବିଭାଗ କର୍ତ୍ତୃପକ୍ଷ ଉକ୍ତ ମାଳବନ୍ଧ ରାସ୍ତା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ସେହିପରି ଉକ୍ତ ମାଳବନ୍ଧ ରାସ୍ତା ଦେଇ ମା ପାଟ୍ଟଚଣ୍ତୀଙ୍କ ପୀଠକୁ ଦୈନିକ ଶ୍ରଦ୍ଧାଳୁମାନେ ଯାତାୟାତ କରୁଥିବାରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ଦୃଷ୍ଟି ଦେଇ ମାଳବନ୍ଧ ରାସ୍ତା ପ୍ରଶସ୍ତିକରଣ କରିବାକୁ ସାଧାରଣରେ ଦାବି ହେଉଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ