ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ଯ ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପଞ୍ଚସଖା ଶିକ୍ଷା ସେତୁରେ ସମ୍ମାନିତ କରିଛନ୍ତି।ଏହି କ୍ରମରେ ଖଣ୍ଡପଡ଼ା ବ୍ଳକର ୩ ଜଣ ଶିକ୍ଷୟିତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଜଣାପଡିଛି।ସେମାନେ ହେଲେ ଖଣ୍ଡପଡ଼ା ବ୍ଲକ ଅଧିନ ଯୋଗିଆପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଯୋଗମାୟା ମହାପାତ୍ର ଓ ମନିଷା କୁମାରୀ ସେଠୀ।ସେହିପରି ବନମାଳିପୁର ପଞ୍ଚାୟତର ଅଧିନ ବାସୁଦେଇପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନାକ୍ଷୀ ହୋତା ମଧ୍ଯ ସମ୍ମାନିତ ହୋଇଥିବା ଖଣ୍ଡପଡ଼ା ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ ସୁତ୍ରରୁ ଜଣାପଡିଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

