
କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଏସିସଷ୍ଟାଣ୍ଡ ଇଞ୍ଜିନିୟର କିରଣ କୁମାର ଷଣ୍ଢ, ଗୋଷ୍ଠୀ ଅର୍ଥ ପରାମର୍ଶଦାତା ନିଖିଲେଶ ପାତ୍ର, ସାଂସଦ ପ୍ରତିନିଧି ଅରୁଣ ଜଗରିଆ, ବିଧାୟକ ପ୍ରତିନିଧି ସୁଶାନ୍ତ ରାଉତ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଘନଶ୍ୟାମ ନାଏକ, ବିଜମରା ପଞ୍ଚାୟତ ସରପଞ୍ଚ ବାଳକୃଷ୍ଣ ଧ.ମାଝୀ, ବନ୍ଧକନା ପଞ୍ଚାୟତ ସରପଞ୍ଚ ହିମାଦ୍ରୀ ବାଗ, ସମିତି ସଭ୍ୟ ରିନା ମାଝୀ, କୋଟାଗାଁ ସରପଞ୍ଚ ଚନ୍ଦନ ପଣ୍ଡା ଓ ମଣ୍ଡଳ ସରପଞ୍ଚ ତ୍ରୟମ୍ବକ ଭୋଇ ମଞ୍ଚାସୀନ ଥିଲେ। ଉକ୍ତ ଶିବିରରେ ବ୍ଲକର ୧୧ଟି ପଞ୍ଚାୟତରୁ ୩୮୮ ଜଣ ଭିନ୍ନକ୍ଷମ ବ୍ୟକ୍ତି ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ୧୨୪ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର, ୧୦୫ ଜଣଙ୍କୁ ଅସ୍ଥିଶଲ୍ୟ ବିଭାଗ ପଞ୍ଜୀକରଣ, ୩୧ ଜଣଙ୍କୁ ମାନସିକ ବିଭାଗ, ୯୫ ଜଣଙ୍କୁ କର୍ଣ୍ଣ ଓ ଗଳା ବିଭାଗ, ୫୯ ଜଣଙ୍କୁ ଚକ୍ଷୁ ବିଭାଗ ଏବଂ ୯୮ ଜଣଙ୍କୁ ଅନ୍ୟାନ୍ୟ ସହାୟତା ପାଇଁ ପଞ୍ଜୀକରଣ କରାଯାଇଥିଲା। ଏହା ସହ ୩୦ ଜଣଙ୍କୁ ବସ୍ ପାସ, ୨୭ ଜଣଙ୍କୁ ଟ୍ରେନ ପାସ, ୫ ଜଣଙ୍କୁ ଟ୍ରାଇସାଇକେଲ, ୩ ଜଣଙ୍କୁ ଡିଆରଆଇ ଲୋନ, ୭ ଜଣଙ୍କୁ ଚଷମା ଏବଂ ୫ ଜଣଙ୍କୁ ଘର ପାଇଁ ଆବେଦନ କରାଯାଇଥିଲା। ନୂତନ ଭତ୍ତା ଯୋଜନାରେ ୫୦ ଜଣଙ୍କୁ ମଧୁବାବୁ ଭତ୍ତା ଓ ୫୧ ଜଣଙ୍କୁ ଇନ୍ଦିରାଗାନ୍ଧୀ ଜାତୀୟ ଭତ୍ତା ପ୍ରଦାନ କରାଯାଇଥିଲା। ମିଶନ ଶକ୍ତି ବିଭାଗ ତରଫରୁ ୧୫ଟି ସ୍ୱୟଂ ସହାୟକ ଦଳକୁ ଆବର୍ତ୍ତନ ପାଣ୍ଠି ଏବଂ କଲମପୁର ତହସିଲ କାର୍ଯ୍ୟାଳୟ ତରଫରୁ ୧୦ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ଶିବିରରେ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ପ୍ରମୋତେସ କଶ୍ୟପ ପଣ୍ଡା, ଚକ୍ଷୁ ବିଭାଗର ନିବେଦିତା ମହାରଣା, ମାନସିକ ବିଭାଗର ଅନନ୍ତ ଚରଣ ମେହେର, କର୍ଣ୍ଣ ଓ ଗଳା ବିଭାଗର ଶ୍ରୀଧାର୍ଥ ଜେନା, ମାନସିକ କର୍ମୀ ଅନାୟତ ମହମ୍ମଦ, ଶ୍ରାବଣ ବିଦ୍ ଆରାଧନା ବେହେରୁକ,ଟେଲି ମେଡ଼ିସିନ ନିବେଦିତା ଆହୁ, ଏମ୍ ଆଇ୍ ନିବାସ ଚନ୍ଦ୍ର ସାହୁ, ଭୌତିକ ଚିକିତ୍ସକ ସମ୍ବିତ ସ୍ଵରୁପ ପଣ୍ଡା ,ପି ଏଣ୍ଡ ଓ ମନୋଜ କୁମାର ସେଠୀ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଲକ୍ଷପତି ପୁଜାରୀ, କନିଷ୍ଠ ସହାୟକ ରବିନ୍ଦ୍ର ବେହେରା, ଡାଟା ଏଣ୍ଟ୍ରି ଅପରେଟର ଆଶୁତୋଷ ପ୍ରଧାନ ପ୍ରମୁଖ ସେବା ପ୍ରଦାନ କରିଥିଲେ। ଏହା ସହ ବିପିଏମ ରିଜା ଆନୁଶ ଏକା ଏବଂ ପିଇଓ ଜିତେନ୍ଦ୍ର କୁମାର ମଞ୍ଚ ପରିଚାଳନା କରିଥିବାବେଳେ ବ୍ଲକ କର୍ମଚାରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଓ ଓ ଜିଆରଏସମାନେ ଶିବିର ସଫଳ କରିବାରେ ସହଯୋଗ କରିଥିଲେ।
ସ୍ବତନ୍ତ୍ର ଖବର -ଗଣେଶରାମ ବାଗ