
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଦିବଂଗତ ପୂର୍ବତନ ବିଧାୟକ ଅରୁଣ ପଟ୍ଟନାୟକଙ୍କ ୨୯ ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଅନୁଷ୍ଠାନ ପରିସରରେ ଶୁକ୍ରବାର ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।ଯୁକ୍ତ ୨ ଅଧ୍ଯକ୍ଷା ସ୍ମିତା ଶେଫାଳୀ ମହାପାତ୍ର, ଅଧ୍ୟାପିକା ,ଅଧ୍ୟାପକ,କର୍ମଚାରୀ ଓ ଛାତ୍ରୀମାନେ ଅନୁଷ୍ଠାନ ପରିସରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ଏ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଖଣ୍ଡପଡ଼ା ସହରରେ ୧୯୯୨ ମସିହାରେ ଲୋକପ୍ରିୟ ଜନନେତା ଅରୁଣଙ୍କ ପ୍ରଚେଷ୍ଟାକ୍ରମେ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିବା ବେଳେ ଅନୁଷ୍ଠାନ ପ୍ରତି ତାଙ୍କର କିଭଳି ଅତୁଳନୀୟ ଅବଦାନ ଥିଲା ସେ ସଂର୍ପକରେ ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ