
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡା ପଂଚାୟତ ଅଧିନ ଶ୍ରୀ ଶ୍ରୀ ଲଡ଼ୁକେଶ୍ୱର ଜୀୟୁ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ର ମାନଙ୍କ ପାଇଁ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ଅଧ୍ଯକ୍ଷ ପ୍ରମୋଦ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ଯାପିକା ବିଜୟଲଷ୍ମୀ ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅଧ୍ୟାପକ ଦୈତାରୀ ପଣ୍ଡା ଅନୁଷ୍ଠାନର ଇତିହାସ, ନୀତି ନିୟମ ଓ ଚଳିତ ଶିକ୍ଷାବର୍ଷର ପାଠ୍ୟକ୍ରମ, ସୁବିଧା ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା, ଅଧ୍ୟାପକମାନେ ନିଜର ପାଠ୍ୟକ୍ରମ ସଂକ୍ରାନ୍ତରେ ନବାଗତା ଛାତ୍ରୀଛାତ୍ର ମାନଙ୍କୁ ସୂଚନା ପ୍ରଦାନ କରିବା ସହିତ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଯୁକ୍ତ ୨ ଦ୍ଵିତୀୟ ବର୍ଷର ଛାତ୍ରୀଛାତ୍ର ମାନେ ନୂତନ ଛାତ୍ରୀଛାତ୍ର ମାନଙ୍କୁ ଫୁଲ, ଚନ୍ଦନ ଦେଇ ସ୍ବାଗତ କରିଥିଲେ । ଅଧ୍ଯକ୍ଷ ରାଉତ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଅଧ୍ୟାପକ ଲିପନ ପଣ୍ଡା ଧନ୍ୟବାଦ ଦେଇଥିଲେ । ଚଳିତ ବର୍ଷ ଦ୍ୱିତୀୟ ପର୍ଯ୍ୟାୟସୁଦ୍ଧା ୧୧୦ ଜଣ ଛାତ୍ରୀଛାତ୍ର ଯୁକ୍ତ ୨ ଶ୍ରେଣୀରେ ନାମ ଲେଖାଇଥିବା ସୂଚନା ମିଳିଛି।ଏହି ଅବସରରେ ମହାବିଦ୍ୟାଳୟ ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ