
Oplus_131072
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ମାନଝରି ଗ୍ରାମର ଜଣେ ଯୁବତୀ ଧର୍ମଗଡ ଥାନାରେ ବଳାତ୍କାର ହୋଇଥିବା ଅଭିଯୋଗ ଦେଲା ପରେ ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଧର୍ମଗଡ ପୋଲିସ। ଅଭିଯୋଗ ଥାଉ କି ଧର୍ମଗଡ ଥାନା କାସିବାହାଲ ଗାଁ ର ଜଣେ ବିବାହିତ ଯୁବକ ଚନ୍ଦ୍ରଶେଖର ଚଣ୍ଡୀ ଏବଂ ଉକ୍ତ ପୀଡିତା ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ପୀଡିତା ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଗଢିଉଠିଥିଲା। ପରେ ସମ୍ପୃକ୍ତ ଯୁବକ ଚନ୍ଦ୍ର ଶେଖର ବିବାହିତ ହୋଇଥିବା ହୋଇଥିବା ବେଳେ ପୀଡିତା ଙ୍କୁ ବିବାହ କରିବାକୁ ମନା କରିଦେଇଥିଲା। ଏ ନେଇ ପୀଡିତା ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଧର୍ମଗଡ ଥାନାରେ ଏତଲା ଦେଇଥିଲେ। ଏତଲା କୁ ଭିତ୍ତି କରି ଧର୍ମଗଡ ଥାନା କେଶ ନମ୍ବର ୨୪୯/୨୫ ରେ ଏକ ମାମଲା ରୁଜୁ କରି ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରି ଥାନା କୁ ଆଣି ପଚରା ଉଚୁରା କରିବା ପରେ ଅଭିଯୁକ୍ତ ଯୁବକ କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ