
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟରେ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ଶନିବାର ପାଳିତ ହୋଇଯାଇଛି।ଯୁକ୍ତ ୨ ଯୁବ ରେଡକ୍ରସ ଶାଖା ଆନୁକୂଲ୍ଯରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରୀ ଓ ସ୍ବେଚ୍ଛାସେବୀମାନେ ଯୋଗ ଦେଇଥିଲେ।ଯୁକ୍ତ ୨ ଅଧ୍ୟକ୍ଷା ସ୍ମିତା ଶେଫାଳି ମହାପାତ୍ର କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିବା ସହ ଦିବସ ପାଳନର ମହତ୍ବ ସଂର୍ପକରେ ଆଲୋକପାତ କରିଥିଲେ।ଏ ଅବସରରେ ‘ପ୍ରାଥମିକ ଚିକିତ୍ସା ଓ ଜଳବାୟୁ ପରିବର୍ତ୍ତନ’ ଶିର୍ଷକ ପ୍ରସଙ୍ଗ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଯୁବ ରେଡକ୍ରସ ଉପଦେଷ୍ଟା ଜାହ୍ନବୀ ପଟ୍ଟନାୟକ କାର୍ଯ୍ଯକ୍ରମରେ ସଂଯୋଜନା କରିଥିବା ବେଳେ ଅନ୍ଯ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ଦିବସ ପାଳନର ଆବଶ୍ୟକତା ନେଇ ଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ