
କୋକସରା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କୋକସରା ବ୍ଲକ ଜୋନ ସଭାପତି ଖୁସିରାମ ନାଏକଙ୍କ ମାତାଙ୍କ ଦଶାହ କାର୍ଯ୍ୟରେ କଳାହାଣ୍ଡି ପଣ୍ଡରା ମାଳି ସମାଜର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଏହି ଅବସରରେ ସମାଜର ସଭାପତି ଉମାକାନ୍ତ ମାଝୀ ଏବଂ କୁଳପତି ବିଦ୍ୟାଧର ନାଏକଙ୍କ ନିର୍ଦେଶ କ୍ରମେ ଅନେକ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ମନୋଜ ନାଏକ, ମଣିଭଦ୍ର ନାଏକ, ଡିଙ୍ଗର ନାଏକ, କୋକସରା ବ୍ଲକ ସଭାପତି ଭଜମନ ନାଏକ, ସମ୍ପାଦକ କ୍ଷୀରସିନ୍ଧୁ ବୋଡ଼କିଆ, କୋଷାଧ୍ୟକ୍ଷ ସୁବାଷ ନାଏକ, ଦୁର୍ବଳ ଲିମଗୋଛିଆ, ତ୍ରିଲୋଚନ ବଣିଆ, ସୁଶାନ୍ତ ନାଏକ, ବବରୁ ନାଏକ, ବୀର ନାଏକ, ଅଭିରାମ ମସ୍ରା, ଉମାକାନ୍ତ ମସ୍ରା ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତେ ମିଳିତ ଭାବେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କ ପାଇଁ ସମର୍ଥନ ଓ ସହଯୋଗର ହାତ ବଢ଼ାଇଛନ୍ତି।ଏହି ଦଶାହ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।