
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ସ୍ଥାନୀୟ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଅଛି। ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ମୋହନ ଚରଣ ବିଷି ଦୁର୍ଘଟଣା ସ୍ଥଳରେ ଆହତ ମାନଙ୍କୁ ଆବଶ୍ୟକୀୟ ପ୍ରାଥମିକ ଉପଚାର ଦେବାସହ କିପରି ନିରାପଦରେ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବେ ସେହି ସଂପର୍କରେ ଅବଗତ କରାଇଥିଲେ। ବିଶେଷ ଭାବରେ ଦୁର୍ଘଟଣା ସମୟରେ ୧୦୮ କିମ୍ବା ୧୧୨ ନମ୍ୱର ରେ ଯୋଗାଯୋଗ କରିବା, ଟ୍ରାଫିକ ନିୟନ୍ତ୍ରଣ କରିବା, ବିଭିନ୍ନ ଉପଚାର ପାଇଁ ଗୁଣିଗାରେଡି ତଥା ଅନ୍ଧ ବିଶ୍ବାସରେ ବିଶ୍ବାସ ନକରି ତୁରନ୍ତ ଡାକ୍ତରଖାନା ନେବା ଉପରେ ନିଜେ ସଚେତନ ହେବା ସହ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ବେଚ୍ଛାସେବୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ