
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକର ବେହେରା ବିଜୁ କଲ୍ୟାଣ ମଣ୍ଡପ ଠାରେ ଧର୍ମଗଡ ବ୍ଲକ୍ ପେନସନ ଭୋଗୀ କଳାକାର ମହାସଂଘର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଳାକାର ସଂଘର ସଭାପତି ଅରକ୍ଷିତ ଭଇଁସାଲ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବେହେରା ଜୋନ ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ପ୍ରସାଦ ଯୁଏଡ, ଜିଲ୍ଲା ସଭାପତି ପ୍ରଦୀପ ଧଙ୍ଗଡାମାଝୀ ଯୋଗଦାନ କରିଥିଲେ। ବେହେରା ମାଟିର ଇଷ୍ଟଦେବୀ ଦନ୍ତେଶ୍ୱରୀ ଏବଂ ମା ସରସ୍ବତୀଙ୍କୁ ପୂଜାର୍ଚ୍ଚନା କଲା ପରେ ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।ଏହି ଅବସରରେ କଳାକାର ମହାସଂଘ ପକ୍ଷରୁ କଳାକାର ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଧର୍ମଗଡ ବିଧାୟକଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଘନଶ୍ୟାମ ପଟେଲ ସଂଯୋଜନା କରିଥିବା ବେଳେ ଖିତିରାମ ସାହୁ, ତ୍ରିବିକ୍ରମ ନାଏକ, ହେମନ୍ତ ସାହୁ,ହଳଧର ନାଗ,କୃଷ୍ଣ ମାଝି, ମହେନ୍ଦ୍ର ଦୁର୍ଗା,କ୍ଷମାନିଧି ସା, ସଦାରାମ ସା ସହଯୋଗ କରିଥିଲେ। ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ କଳାକାର ଯୋଗଦାନ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ