
ଖଣ୍ଡପଡା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଟକ ଜିଲ୍ଲାର ନରସିଂହପୁର ,କମଳାଡିହ ଠାରୁ ଖଣ୍ଡପଡା ଓ ନୟାଗଡ ସହର ଦେଇ ଘରୋଇ ପରିବହନ ଓ ରାଜ୍ୟ ସଡକ ପରିବହନ ନିଗମର ୨ଟି ଲେଖାଁଏ ଯାତ୍ରୀବାହୀ ବସ ସୁଦୂର କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳକୁ ଗତ ୨ବର୍ଷ ଧରି ଯାତାୟାତ କରୁଥିବା ଜଣାପଡିଛି। ମାତ୍ର ଦୂରଗାମୀ ଯାତ୍ରୀବାହୀ ବସ ୨ଟି ଖଣ୍ଡପଡା ବାଇପାସ ରାସ୍ତା ଦେଇ ଯାତାୟାତ କରୁଥିବାରୁ ଉକ୍ତ ବସ ଯୋଗେ ଯାତାୟତ ନିମନ୍ତେ ଖଣ୍ଡପଡ଼ା ଓ ଆଖପାଖ ଗ୍ରାମର ଯାତ୍ରୀମାନେ ସଦାସର୍ବଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏପରିକି ଦୁର ଯାଗାକୁ ଯାତ୍ରା କରୁଥିବା ଯାତ୍ରୀମାନେ ଖଣ୍ଡପଡ଼ା ବାଇପାସ ରାସ୍ତା ପାର୍ଶ୍ବରେ ଦିର୍ଘ ସମୟ ଧରି ଛିଡା ହୋଇ ବସ ଯୋଗେ ଯାତାୟତ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ବିଶେଷ କରି ଖରା,ବର୍ଷା ଓ ଶୀତଦିନେ ଉକ୍ତ ବସ ଯୋଗେ ଯାତାୟତ କରିବା ନିମନ୍ତେ ଜନସାଧାରଣ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଜଣାପଡିଛି।ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦୂରଗାମୀ ଯାତ୍ରୀବାହୀ ବସଗୁଡିକ ଖଣ୍ଡପଡା ସହର ଓ ନୂତନ ବସଷ୍ଟାଣ୍ଡ ଦେଇ ଯାତାୟାତ କରିବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି। ଏଥିପ୍ରତି ରାଜ୍ଯ ସରକାରଙ୍କ ସଡ଼କ ପରିବହନ ନିଗମ କର୍ତ୍ତୃପକ୍ଷ,ନୟାଗଡ ଜିଲ୍ଲାପାଳ ଓ ଖଣ୍ଡପଡ଼ା ବିଧାୟକ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ