
କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କୋଟା ଗାଁ ଗ୍ରାମପଞ୍ଚାୟତ ପକ୍ଷରୁ ଏକ ପେଡ଼ି ମାଁ କେ ନାମ ଅଭିଯାନରେ ଖଣ୍ଡି ଡଙ୍ଗରୀଗୁଡା, ବଲାଗା ଓ କୋଟା ଗାଁ ଠାରେ ବୃକ୍ଷ ରୋପଣ କରାଯାଇଛି। ଖଣ୍ଡି ଡଙ୍ଗରୀଗୁଡା ଫୁଟବଲ ପଡ଼ିଆ,ଗୋନ୍ତିଆପଡା ପ୍ରାଥମିକ ବିଦ୍ୟାଳୟ ଓ କୋଲୋନୀ ପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ ହୋଇଥିବା ବେଳେ କୋଟା ଗାଁ ନୂତନ ପଞ୍ଚାୟତ ପରିସର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଏହିଭଳି ଗ୍ରାମପଞ୍ଚାୟତର ବିଭିନ୍ନ ସ୍ଥାନରେ ମୋଟ ଏକ ହଜାର ବୃକ୍ଷ ରୋପଣ କରାଯାଇଛି। ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସରପଞ୍ଚ ଚନ୍ଦନ କୁମାର ପଣ୍ଡା, ଏଡିଇଓ ଦେବାଶିଷ ଦୁର୍ଗା, ସମସ୍ତ ୱଆଡ ନମ୍ବର, ସ୍ବୟଂ ସେବକ ଗୋଷ୍ଠୀର ମାଁ,ସିଇସି ସଦସ୍ୟ ସିଆରପି ଏମବିକେ, ଏବଂ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।