
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ “ଏକ୍ ପେଡ୍ ମା କେ ନାମ୍ ୨.୦” ଅଭିଯାନ ଆୟୋଜିତ ହେଉଛି। ଆଜି ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ ବିଡ଼ିଓ ଶ୍ରୀ ତ୍ରିପୁରା ମହାନନ୍ଦ ଙ୍କ ଆବାହକତ୍ୱରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ର ୨୮ ଟି ଗ୍ରା.ପ ରେ ୨୮ ହଜାର ଚାରା ରୋପଣ କରାଯାଇଥିଲା, ଗୋଲାମୁଣ୍ଡା ଓ ଉଦେସୁରୁଙ୍ଗ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜୁନାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ମନୋଜ ମେହେର,ଏବିଡ଼ିଓ ଶ୍ରୀ ବିଜୟ ନାଏକ, ବିଇଓ ଶ୍ରୀ ରାଜେଶ ନାଏକ, ସରପଞ୍ଚ ଶ୍ରୀ ପୁରୁଷୋତ୍ତମ ରାଉତ,ସରପଞ୍ଚ ଶ୍ରୀ ନାରାୟଣ ଅଘରିଆ,ସରପଞ୍ଚ ଶ୍ରୀମତୀ ସ୍ବାଧୀ ପୁଟେଲ,ବରିଷ୍ଠ ବିଜେପି ନେତା ଶ୍ରୀ ବୃଷବ ନାଏକ, ଶ୍ୟାମ ଅଗ୍ରୱାଲ, ସୁବାସ ନାଏକ, ଶ୍ରୀ ବୈଶାଖୁ କେତକୀ,ଶ୍ରୀ ଜୟ କୃଷ୍ଣ ସାହୁ ସମେତବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ