
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କୁ ଗତ ଅଗଷ୍ଟ ମାସର ପ୍ରାପ୍ଯ ପ୍ରଦାନରେ ବିଳମ୍ବକୁ ନେଇ ସେମାନଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଥିଲା।ଏପରିକି ସଫେଇ କର୍ମଚାରୀମାନେ ମଙ୍ଗଳବାର ଠାରୁ ସହରରେ ସଫେଇ କାର୍ଯ୍ଯ ବନ୍ଦ କରିବା ଯୋଗୁଁ ବିଭିନ୍ନ ସ୍ଥାନରେ କୁଢକୁଢ ଅଳିଆ, ଆବର୍ଜନା ଗଦା ହୋଇ ରହିବା ଯୋଗୁଁ ସହରବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର ବୁଧବାର ସଫେଇ କର୍ମଚାରୀଙ୍କୁ ଏନଏସି କାର୍ଯ୍ୟାଳୟକୁ ଡାକି ଏ ସଂର୍ପକରେ ଆଲୋଚନା କରିବା ସହ ବକେୟା ପ୍ରାପ୍ଯ ଗୁରୁବାର ପ୍ରଦାନ ନେଇ ପ୍ରତିଶୃତି ଦେବା ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନରୁ ଓହରି ଯାଇଥିବା ଜଣାଯାଇଛି।ସହରର ସଫେଇ କାର୍ଯ୍ଯ ତଦାରଖ ଦାୟୀତ୍ବରେ ଥିବା ସୁପରଭାଇଜର ଗିରିଶ ଚନ୍ଦ୍ର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବୁଧବାର ଅପରାହ୍ନରୁ ସହରାଞ୍ଚଳର ମୁଖ୍ଯ ରାସ୍ତା ସମେତ ଗଳିକନ୍ଦିରୁ ସଫେଇ କର୍ମଚାରୀଙ୍କ ଦ୍ବାରା ଅଳିଆ , ଆବର୍ଜନା ଉଠା କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ