
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ଆୟୋଜିତ “ଏକ ପେଡ ମାଁ କେ ନାମ” ଅଭିଯାନ ଦ୍ବାରା ନନ୍ଦ ଗାଁ ଗ୍ରାମ ପଞ୍ଚାୟତ ତରଫରୁ ନନ୍ଦ ଗାଁ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ସକାଳ ଘ୯:୩୦ମି ସମୟରେ ସମସ୍ତେ ମିଶି ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ରେ “ଏକ ପେଡ ମାଁ କେ ନାମ” କାର୍ଯ୍ୟକ୍ରମ ରେ ସାମିଲ ହେବା ପାଇଁ ନଗର ପରିକ୍ରମା କରି ଲୋକଙ୍କୁ ସଚେତନ ବାର୍ତ୍ତା ଦେବା ସହିତ ପରିବେଶ କୁ ସ୍ୱଚ୍ଛତା କୁ ଦୃଷ୍ଟି ଦେଇ ତା ଉପରେ ସଚେତନ କରାଇ ଥିଲେ, ପରେ ସ୍କୁଲ ପରିସରରେ ଥିବା ପଡିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ସମସ୍ତେ ମିଶି ଫଳ ମୂଳ ଓ ମିଷ୍ଟନ ବଣ୍ଟନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ନନ୍ଦ ଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ କିରଣ ମୟୀ ବଣିଆ, ଯୁବ ନେତା ତଥା ଯୁବ ସମାଜ ସେବୀ ଭବାନୀ ଶଙ୍କର ବଣିଆ, ହାଇସ୍କୁଲ ଆସିଷ୍ଟାଣ୍ଟ ଶିକ୍ଷକ ବିଶ୍ବ ରଞ୍ଜନ ପଣ୍ଡା ଆଚାର୍ଯ୍ୟ ସଞ୍ଜୟ କୁମାର ପଟେଲ, ନାଏବ ସରପଞ୍ଚ ଓ ସମସ୍ତ ୱାର୍ଡ ମେମ୍ବର ସଭ୍ୟ ସଭ୍ୟା ଏବଂ ନନ୍ଦ ଗାଁ ଗ୍ରାମ ପଞ୍ଚାୟତ କାର୍ଯୟନିର୍ବାହୀ ଅଧିକାରୀ ଶ୍ରୀ ତୀର୍ଥ ରାଜ ମାଝୀ ସମସ୍ତ ଶିକ୍ଷକ ବୃନ୍ଦ ତଥା ନନ୍ଦ ଗାଁ ଗ୍ରାମ ପଞ୍ଚାୟତର ସମସ୍ତ ମିଶନ ଶକ୍ତି ମା ମାନେ, ଏମବିକେ ମିଶନଶକ୍ତି ର ସିଆରପି, ସମସ୍ତ ଏସଏସଜି ର କର୍ମ କର୍ତ୍ତା, ସ୍କୁଲ ର ଛାତ୍ର ଛାତ୍ରୀ, ବରିଷ୍ଠ କାର୍ଯ୍ୟକର୍ତ୍ତା,ନନ୍ଦ ଗାଁ ଗ୍ରାମ ବାସୀ ଉପସ୍ଥିତ ଥିଲେ ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ