
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବେହେରାଗୁଡା ଗ୍ରାମରେ ଏକ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଥିଲା l ଖବର ସଂଗ୍ରହରୁ ଜଣାଗଲା ଯେ ବେହେରାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶ୍ରୀ ଅଶୋକ କୁମାର ବୋଡେ଼କ ଙ୍କୁ ଗତ ତା ୧୧/୦୯/୨୦୨୫ ରିଖ ରେ ଅନ୍ୟତ୍ର ବଦଳି କରାଯାଇଛି l ବେହେରାଗୁଡା ବିଦ୍ୟାଳୟରେ ଦୀର୍ଘଦିନ ତାଲାବନ୍ଦ ଆନ୍ଦୋଳନ ପରେ ତିନୋଟି ଶିକ୍ଷକ ଯୋଗାଇ ଦେଇ ପ୍ରତିଶୃତି ଦିଆଯାଇଥିଲା ଯେ ଆବଶ୍ୟକ ସମୟେ ଛାତ୍ର ଛାତ୍ରୀ ଅନୁପାତରେ ଶିକ୍ଷକ ଦେବୁ l କିନ୍ତୁ ଦେବା ବଦଳରେ ନେବା ଆରମ୍ଭ କରିଛନ୍ତି l ଦଣ୍ଡପାଟ ଅଞ୍ଚଳରେ ବାରମ୍ବାର ଦାବୀ କରି ଆସୁଥିବା ସତ୍ତ୍ଵେ ରେସିଓ ଅନୁସାରେ ଯେଉଁଠି ୧୪ ଜଣ ଶିକ୍ଷକ ରହିବା ପରିବର୍ତ୍ତେ କେବଳ ୭ ଜଣ ଶିକ୍ଷକରେ ବିଦ୍ୟାଳୟର ଶିକ୍ଷାଦାନ କାର୍ଯ୍ୟ ଚାଲିଛି l ସେଥିରେ ପୁଣି ଦୁଇ ଜଣ ଶିକ୍ଷକ ବିଲ ଓ ଅନ୍ୟାନ୍ୟ କାର୍ଯ୍ୟ କରନ୍ତି ।ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ୨୦୨୫-୨୬ ଶିକ୍ଷା ବର୍ଷରେ ଶିଶୁବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୧୭ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି l ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସରକାର ଯୋଜନା ପରେ ନୂତନ ଯୋଜନା ପ୍ରଣୟନ କରୁଛନ୍ତି l କିନ୍ତୁ ଏ ଯୋଜନା କାହାପାଇଁ? ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ