
ଧର୍ମଗଡ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ପଣ୍ଡକୁଲ ବିଦ୍ୟାଳୟ ତିନ ଛକରୁ କୁମ୍ଭାରୀ ଗାଁ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତା ମାତ୍ର ଏକ ବର୍ଷ ମଧ୍ୟରେ ଖରାପ ହୋଇ ଗାତ ସୃଷ୍ଟି ହୋଇଛି। ବର୍ଷା ପାଣି ଜମା ହେବା ଯୋଗୁଁ ଏହି ରାସ୍ତାରେ ଯାତାୟାତରେ ଗୁରୁତର ଅସୁବିଧା ଦେଖାଦେଇଛି, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ମରାମତି କରାଯାଇଛି, କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତା ଅଳ୍ପ ସମୟ ମଧ୍ୟରେ ଭାଙ୍ଗି ଗାତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ଠିକାଦାର ଓ ଯାନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା , ଯାହା ଏହି ସମସ୍ୟାର ମୂଳ କାରଣ ହୋଇପାରେ, ଯାହା ଯୋଗୁଁ ରାସ୍ତା ଲୋକଙ୍କ ପାଇଁ ବିପଦଜନକ ହୋଇପଡୁଛି। ବୁଦ୍ଧିଜୀବୀ ମହଲରେ ଏହି ଘଟଣାକୁ ନେଇ ଅସନ୍ତୋଷ ବଢୁଛି। ସ୍ଥାନୀୟ ଲୋକେ ଗ୍ରାମ୍ୟ ଉନ୍ନୟନ ଅଧିକାରୀଙ୍କୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ଅନ୍ୟଥା, ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ସମସ୍ୟାର ସମାଧାନ ପାଇଁ କେତେ ଶୀଘ୍ର ପଦକ୍ଷେପ ନେବ, ତାହା ଦେଖିବାକୁ ବାକି ରହିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ