
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଭାରତୀୟ ଜନତା ପାର୍ଟି ଗୋଲାମୁଣ୍ଡା ବ୍ଲକ ପକ୍ଷରୁ ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସେବା ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିରରେ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ସମ୍ମାନୀତ ଅତିଥି ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର,ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ ଯୋଗ ଦେଇ ଶୁଭ ଉଦ୍ଘାଟନ କରି ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ରକ୍ତ ଦାନ କରି ଶିବିରକୁ ଶୁଭ ଉଦଘାଟନ କରିଥିଲେ ସଂଧ୍ୟା ସମୟରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଯୋଗ ଦେଇ ରକ୍ତ ଦାତା ଓ ସହଯୋଗୀ ମାନଂକୁ ଉତ୍ସାହିତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l ଶିବିରରେ ସର୍ବମୋଟ ୨୦୬ ୟୁନିଟ ରକ୍ତ ସଂଗୃହିତ ହୋଇ ଥିଲା ଏବଂ ଜନ କଲ୍ୟାଣ ସାମ୍ବାଦିକ ସଂଘ ର ସହ ସମ୍ପାଦକ ବ୍ରହ୍ମା ପ୍ରସାଦ କାଣ୍ଡ,ବିଶିକେଶନ ଜ୍ୟୋତିଷ, କୃଷ୍ଣ ମହାନନ୍ଦ, ଚନ୍ଦ୍ରଧ୍ବଜ କେତକୀ,ଭୁଜରାଜ ସାହୁ ୫ ଜଣ ସାମ୍ବାଦିକ ମଧ୍ୟ ରକ୍ତ ଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗୋଲାମୁଣ୍ଡା ମଣ୍ଡଳ ସଭାପତି ବୈଶାଖୁ କେତକୀ, କେଗାଁ ମଣ୍ଡଳ ସଭାପତି ଜୟ କୃଷ୍ଣ ସାହୁ,ଦଶପୁର ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ, ରକ୍ତ ଦାନ ସିବିର ସଂଯୋଜକ ଶ୍ୟାମ ସୁନ୍ଦର ଅଗ୍ରୱାଲ ତଥା ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତା ସହଯୋଗ କରିଥିଲେ l
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ