
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତର ଚିଲିଚିଲା ଗ୍ରାମର ରାସ୍ତା ମରାମତି ଓ ରାସ୍ତାକଡ଼ରେ ଡ୍ରେନ ନିର୍ମାଣ ଦାବି ନେଇ ଗ୍ରାମବାସୀ ଆଜି ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଭେଟି ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଦୀର୍ଘଦିନ ଧରି ବ୍ଲକ ପ୍ରଶାସନକୁ ଏହି ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଚିଲିଚିଲା ଗ୍ରାମ ଏକ ଜନବହୁଳ ଗ୍ରାମ ହୋଇଥିବା ବେଳେ, ମୁଖ୍ୟ ଛକ ମଣ୍ଡପଠାରୁ ସ୍କୂଲକୁ ସଂଯୋଗ କରୁଥିବା ରାସ୍ତା ଏବଂ ଟିମନ ବାଗଙ୍କ ଘର ନିକଟସ୍ଥ ନଳକୂପରୁ ମଣ୍ଡପ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଅଭାବନୀୟ ଅବସ୍ଥାରେ ଅଛି । ବର୍ଷା ନହେଲେ ମଧ୍ୟ ଏହି ରାସ୍ତାରେ ଯାତାୟାତ କରିବା ଗ୍ରାମବାସୀଙ୍କ ପାଇଁ ଅସୁବିଧାଜନକ ହେଉଛି। ଆଜି ଗ୍ରାମର ମଧୁସୂଦନ ନାଏକ, ଶାନ୍ତନୁ ନାଏକ, ଗଜିନ୍ଦ୍ର ନିଆଲ, କ୍ଷୀରସିନ୍ଧୁ ନାଏକ, ଦିଗାମ୍ବର ଶବର, ପଞ୍ଚୁ ସେଠୀ, ୱାର୍ଡ ସଭ୍ୟା ସଂଗୀତା ନାଏକ, ସିଦ୍ଧେଶ୍ୱର ଶବର ଏବଂ ଟିମନ ବାଗ ପ୍ରମୁଖ ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କିଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦଶହରା ଉତ୍ସବ ଓ ବୁଢ଼ା ରାଜାଙ୍କ ଯାତ୍ରା ସମୟରେ ଗ୍ରାମରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ, ଗ୍ରାମବାସୀ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି ଓ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ