
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ବ୍ଲକର ଓବିସି ସମ୍ପ୍ରଦାୟର ଏକ ପ୍ରସ୍ତୁତି ବୈଠକ ଧର୍ମଗଡ଼ସ୍ଥିତ ପାରାଦେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଗାମୀ ଦିନରେ ୫୨ ପ୍ରତିଶତ ଆରକ୍ଷଣ ଦାବି ନେଇ ଓବିସି ସମ୍ପ୍ରଦାୟ ଏକଜୁଟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ନେତୃବୃନ୍ଦ ମତପ୍ରକାଶ କରିଛନ୍ତି। ବୈଠକରେ ଯୁବ ନେତା ଡାକେ ଲହଜଲ, ଯୁବ ନେତା ଭବାନୀ ବଣିଆ, ବରିଷ୍ଠ ନେତା ରାଜେନ୍ଦ୍ର ଭୋଇ, ଆଇନଜୀବୀ କୁବେର ସାହୁ, ପ୍ରମୋଦ ହଂସ, ଯୁବ ନେତା ଲବଣୀ ଯାଦବ, ଅରକ୍ଷିତ ଭଇସାଲ, ଦୁଃଖୀରାମ ସାହୁ, ଦେବାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ