
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ନିରବଛିନ୍ନ ଭାବରେ ସରକାର ଙ୍କ ବିଭିନ୍ନ ଯୋଜନା କୁ ତୃଣ ମୂଳ ସ୍ତରରେ ରୁପାୟିତ କରିଆସୁଥିବା ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ର ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ଅଲ ଓଡିଶା ଜି.ପି.ଏଲ.ଏଫ. କର୍ମୀ ସଙ୍ଘ ରାଜ୍ୟ ସଭାନେତ୍ରୀ ନିରୁପମା ନାୟକ ଙ୍କ ଆହ୍ୱାନ କ୍ରମେ କମ୍ୟୁନିଟି ସପୋର୍ଟ ଷ୍ଟାପ ଙ୍କର ପରଫର୍ମାନ୍ସ ଇନସେଣ୍ଟିଫ ପରିବର୍ତ୍ତେ ସ୍ଥାୟୀ ପାରିଶ୍ରମିକ ଦାବୀ ନେଇ ସଙ୍ଘ ପକ୍ଷରୁ ୬ ମାସ ପୂର୍ବରୁ ବିଡ଼ିଓ, ଜିଲ୍ଲାପାଳ, ଏସ.ଏମ.ଡି ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଙ୍କୁ ଅନେକ ଥର ଦାବୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ରାଜ୍ୟ ର ୩୧୪ ଟି ବ୍ଲକ ସମ୍ମୁଖରେ ଜି.ପି.ଏଲ.ଏଫ. କର୍ମୀ ବା ମିଶନ ଶକ୍ତି ବିଭାଗ ର ଏମବିକେ, ସିଆରପି ମାନେ ବ୍ଲକ ର ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟ ରେ ତାଲାବନ୍ଦ କରିଥିବା ବେଳେ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିଛନ୍ତି।ଏହି ପରିପ୍ରେକ୍ଷୀରେ ଧର୍ମଗଡ ବ୍ଲକ ଜି.ପି.ଏଲ.ଏଫ. କର୍ମୀ ସଙ୍ଘ ପକ୍ଷରୁ ମଧ୍ୟ ଏମବିକେ, ସିଆରପି ମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଥିବା ସଭାନେତ୍ରୀ ସୁଶ୍ରୀ ସଂଗୀତା ମହାହୁତି ପ୍ରକାଶ କରିଛନ୍ତି। ଏହି ଆନ୍ଦୋଳନ ରେ ସମ୍ପାଦିକା ଭାରତୀ ମେହେର, କୋଷାଧକ୍ଷ ନୀଳିମା ତାଣ୍ଡି, କାଞ୍ଚନ ମାଳା ଗୋପାଳ, ଶୀତୟା ବାଗ, ଗଜଲକ୍ଷ୍ମୀ ଧଙ୍ଗଡ଼ା ମାଝୀ, ମମତା ପଟେଲ, ଭୂମିସୁତା ବିହାରି ସମେତ ଶତାଧିକ ଏମବିକେ ଓ ସିଆରପି ଧାରଣା ରେ ବସିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ