
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି ବଜାରରେ ବାରମ୍ବାର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲେ ହେଁ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶଥାଉକି ଖଣ୍ଡପଡ଼ାରୁ ଖଳିସାହି ଗ୍ରାମ ଦେଇ କଣ୍ଟିଲୋ ଅଭିମୁଖେ ଯାଉଥିବା ଏକ ହାଇଓ୍ବା ଗାଡି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଖଳିସାହି ବଜାର ମଧ୍ଯରେ ମଙ୍ଗଳବାର ଅପରାହ୍ନରେ ଅଟକି ରହିବା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଦିର୍ଘ ସମୟ ଧରି ଯାନବାହନ ଗୁଡିକ ଅଟକି ରହିଥିଲା। ଫଳରେ ଖଣ୍ଡପଡ଼ାରୁ କଣ୍ଟିଲୋକୁ ସଂଯୋଗ କରୁଥିବା ରାସ୍ତାରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଠପ ହୋଇ ଯାଇଥିଲା।ଏଭଳି ସ୍ଥିତିରେ ଜରୁରିକାଳୀନ ସେବା ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି।ବାରମ୍ବାର ଏପରି ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ଖଳିସାହି ରାସ୍ତାର ଉଭୟ ପାର୍ଶ୍ବସ୍ଥ ସରକାରୀ ଜାଗାରୁ ଉଠା ଦୋକାନୀ ଓ ଜବରଦଖଲକାରୀଙ୍କୁ ହଟାଇ ରାସ୍ତାର ସଂପ୍ରସାରଣ ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏଥିପ୍ରତି ନୟାଗଡ ଜିଲ୍ଲାପାଳ ,ଏସପି ଓ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି ହେଉଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ