
କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବୁଧବାର ସକାଳ ୧୦ ଘଟିକାରେ ଧର୍ମଗଡ଼ ବିଧାନସଭା ଅନ୍ତର୍ଗତ ବିଜମରା ମଣ୍ଡଳରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନୂଆଗାଁ ଶକ୍ତି କେନ୍ଦ୍ରର ବୁଥ ନମ୍ବର ୨୪୨ ଭାଳୁବୁଟୁରା ଶ୍ରୀ ରାମ ମନ୍ଦିର ପରିସର ଏବଂ କୋଟଗାଁ ଶକ୍ତି କେନ୍ଦ୍ରର ବୁଥ ନମ୍ବର ୨୪୩ କୋଟଗାଁ ବଜାର ପଡ଼ିଆରେ ଆୟୋଜିତ ହୋଇଥିଲା। ଜୋନ ସ୍ୱଚ୍ଛ ଭାରତ କୋଅର୍ଡିନେଟର ଶ୍ରୀ ନରେନ୍ଦ୍ର ସାହୁ ଓ ଶ୍ରୀ ଜନ୍ମେଜୟ ପତିଙ୍କ ତତ୍ତ୍ୱାବଧାନରେ ଭାଳୁବୁଟୁରା ଗ୍ରାମର ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀର ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ମଣ୍ଡଳ ସଭାନେତ୍ରୀ ସରିତା ସରାପ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସସ୍ମିତା ବାବୁ, ବରିଷ୍ଠ କାର୍ଯ୍ୟକର୍ତ୍ତା ମାଙ୍ଗେଲାଲ ବାଗ, କୁନ୍ତଳା ହଂସ, ଲଳିତା ବେମାଲ, ଜନ୍ମେଜୟ ସାହୁ, ଗଙ୍ଗାରାମ ଖରସେଲ, ମନୋରଞ୍ଜନ ସାହୁ, କୁମୁଦ ପଟେଲ, ଭଗବାନ ମାଝୀ, କର୍ଣ୍ଣ କାଣ୍ଡ ପ୍ରମୁଖ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଓ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିବା ସହ ପରିବେଶକୁ ସଫାସୁତୁରା ରଖିବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରାଯାଇଥିଲା।