
କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମିଶନ ଶକ୍ତି ଗୋଷ୍ଠୀ ସହାୟିକା ମାନଙ୍କ ୭ ଦଫା ଦାବି ନେଇ ମିଶନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖରେ ଆଜି ଗଣଧାରଣା ଦିଆଯାଇଥିଲା । ଅଞ୍ଚଳର ସମସ୍ତ ଗୋଷ୍ଠୀ ସହାୟିକା କଲମପୁର ବିଡ଼ିଓଙ୍କୁ ୭ଦଫା ସମ୍ମିଳିତ ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବି ମଧ୍ୟରେ ରହିଛି ପୂର୍ବ ପରି ସ୍ଥାୟୀ ଦରମା ପ୍ରଦାନ, ସ୍ଥାୟୀ ନିଯୁକ୍ତି, ଏକାଉଣ୍ଟ୍ ପେ,ପ୍ରୋପାମାନ୍ସ ବୋନସ ପ୍ରୋତ୍ସାହନ ବନ୍ଦ,୬ ମାସର ବକେୟା ରାଶି ପ୍ରଦାନ, କାର୍ଯ୍ୟ ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ,ରେଭନ୍ୟୁ ଭିଲେଜରେ ଗୋଟିଏ ସିଏଲଏଫ ଉଛେଦ ଭଳି ଦାବି ରହିଛି, ଦାବି ପୂରଣ ନ ହେବା ଯାଏଁ ଗଣଧାରଣା ବଳବତ୍ତର ରହିବ ବୋଲି ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି, ଏଥିରେ କଲମପୁର ବ୍ଲକ ଅଞ୍ଚଳର ସମସ୍ତ ସିଏସଏସ ସାମିଲ ହୋଇଥିବା ବେଳେ ଏମବିକେ ଭୂମିସୁତା ନାଗ, ସତ୍ୟଭାମା ସୁନାନୀ, ଚାନ୍ଦିନୀ ନିଆଲ,ଉମା ନାଏକ,ଦେମତି ପୁଞ୍ଜି, ରଶ୍ମିତା ପାତ୍ର,ପିଙ୍କି ନିଆଲ, ବ୍ୟାଙ୍କ ମିତ୍ର ନିଲିମା ନାଗ,ସିଆରପି ସିଏମ ଲିଲା ଦଣ୍ଡସେନା, ସୁଷମା ବେହେରା,ଚମ୍ପା ବେଣୁପାଣି, ମମତା ବାଗ , କବିତା ନାଏକ, ଯାମିନୀ କୁମାର ପ୍ରମୁଖ ଗଣଧାରଣାରେ ସାମିଲ ଥିଲେ । ସ୍ବତନ୍ତ୍ର ଖବର – ସୁରେନ୍ଦ୍ର ନାଏକ