
ଧର୍ମଗଡ଼ ( ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ସରକାରଙ୍କ ବିଭିନ୍ନ ଯୋଜନା କୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନର ମହିଳା ମାନଙ୍କ ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି। ସରକାର ଏମାନଙ୍କୁ ଅଣଦେଖା କରୁଥିବାରୁ ରାଜ୍ୟ ସଙ୍ଘ ର ଆହ୍ୱାନ କ୍ରମେ ପୂର୍ବ ପରି ସ୍ଥାୟୀ ଦରମା ପ୍ରଦାନ, ସ୍ଥାୟୀ ନିଯୁକ୍ତି, ଆକାଉଣ୍ଟ ପେ,୬ ମାସ ର ବକେୟା ରାଶି ପ୍ରଦାନ, ପରଫାର୍ମାନ୍ସ ବୋନସ ବନ୍ଦ କରିବା, କାର୍ଯ୍ୟ ଅନୁଯାଇ ବର୍ଦ୍ଧିତ ପାରିଶ୍ରମିକ, ରେଭେନ୍ୟୁ ଭିଲେଜ ରେ ଗୋଟିଏ ସିଏଲଏଫ ଉଛେଦ ଭଳି ୭ ଦଫା ଦାବୀ ନେଇ କାର୍ଯ୍ୟରତ ସମସ୍ତ ଏମବିକେ , ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ସିଆରପି ମାନେ ଆଜକୁ ଚାରି ଦିନ ହେଲା ଧର୍ମଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ରେ ବସିଛନ୍ତି। ସରକାର ଯଦି ଦାବୀ ଗୁଡିକ ପୂରଣ ନ କରନ୍ତି ତେବେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ଲକ କାର୍ଯ୍ୟାଳୟ, ମିଶନ ଶକ୍ତି କାର୍ଯ୍ୟାଳୟ, ଓଏଲଏମ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଜାରି ରହିବ ବୋଲି ସଙ୍ଘ ର ସଭା ନେତ୍ରୀ ସୁଶ୍ରୀ ସଂଗୀତା ମହାହୁତି ପ୍ରକାଶ କରିଛନ୍ତି। ଆଜି ଧର୍ମଗଡ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସଭାପତି ଡାକେ ଲହଜଳ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ବଣିଆ, ନାରୀ ନେତ୍ରୀ କଲ୍ୟାଣୀ ନାଏକ, ମମତା ଗୋପାଳ, ସନ୍ତୋଷ ପାଢ଼ୀ, ଲବଣି ରାଉତ ଯାଦବ, କ୍ଷେତ୍ରମୋହନ ଶତନାମୀ , ରାଜା ହାତୀ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନ କୁ ସମର୍ଥନ ଜଣାଇଥିଲେ। ପୂର୍ବ ବିଜେଡି ସରକାର ଥିଲା ସମୟରେ ମିଶନ ଶକ୍ତି ବିଭାଗ ଖୋଲି ମହିଳା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସ୍ୱାବଲମ୍ବୀ ତଥା ରୋଜଗାରକ୍ଷମ କରିଥିଲେ କିନ୍ତୁ ସରକାର ପରିବର୍ତ୍ତନ ହେବା ପରେ ବର୍ତ୍ତମାନ ର ବିଜେପି ସରକାର ବିଭିନ୍ନ ସମୟରେ ଏମାନଙ୍କୁ ଅଣଦେଖା କରି ଆସୁଛନ୍ତି ବୋଲି ବିଜୁ ଜନତା ବ୍ଲକ ସଭାପତି ଶ୍ରୀ ଲହଜଳ ନିଜ ବକ୍ତବ୍ୟ ରେ କହିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ