
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକର ବଳଭଦ୍ରପ୍ରସାଦ ପଞ୍ଚାୟତ ଅଧିନ ନୂଆପଡା ଗ୍ରାମରେ ‘ବିକଶିତ ଗାଁ ବିକଶିତ ଓଡିଶା’ ଯୋଜନାରେ ନିର୍ମାଣଧୀନ ବିଦ୍ୟାଳୟ ଗୃହ କାର୍ଯ୍ଯ ଅତ୍ଯନ୍ତ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଖଣ୍ଡପଡ଼ା ବ୍ଲକ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୩.୨୦ ଲକ୍ଷ ଟଙ୍କା ବ୍ୟୟରେ ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ନିର୍ମାଣ କରାଯାଉଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି।ବ୍ଲକ ପ୍ରଶାସନ ପକ୍ଷରୁ ଡିପାର୍ଟମେଣ୍ଟାଲ ଭାବେ ଏହି ଶ୍ରେଣୀଗୃହ ନିର୍ମାଣ କାର୍ଯ୍ଯ କରାଯାଉଥିବା ବେଳେ ଉକ୍ତ କାର୍ଯ୍ଯ ତଦାରଖ ଦାୟୀତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଓ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଉଦାସୀନତାର ସୁଯୋଗ ନେଇ କାର୍ଯ୍ଯରେ ନିୟୋଜିତ ଠିକାଦାର ମନଇଚ୍ଛା ଶ୍ରେଣୀଗୃହ ନିର୍ମାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ନିର୍ମାଣଧୀନ ଶ୍ରେଣୀଗୃହର ସ୍ଥାୟୀତ୍ୱ ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହଜାତ ହୋଇଛି।ତେଣୁ ଏଥିପ୍ରତି ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ,ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ