
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ନନ୍ଦଗାଁ ଗ୍ରାମ ପଞ୍ଚାୟତ ତରଫରୁ ଗ୍ରାମକୁ ସ୍ଵଚ୍ଛ ଓ ପରିଚ୍ଛନ୍ନ ରଖିବା ପାଇଁ ଏକ ସ୍ଵଚ୍ଛତା ଅଭିଯାନ ଆୟୋଜନ କରାଯାଇଛି। ପଞ୍ଚାୟତର ସମସ୍ତ ଗାଁରେ ଏହି ସ୍ଵଚ୍ଛତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ପଞ୍ଚାୟତ ପକ୍ଷରୁ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀମାନେ ସାମିଲ ହୋଇ ରାସ୍ତାଘାଟରେ ପଡିଥିବା ମଇଳା ଓ ଆବର୍ଜନା ସଫା କରିବାରେ ସହଯୋଗ କରିଥିଲେ। ଗ୍ରାମବାସୀଙ୍କୁ ସ୍ଵଚ୍ଛତା ପ୍ରତି ସଚେତନ କରାଇବା ପାଇଁ ଏକ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଅଭିଯାନ ନନ୍ଦଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କିରଣ ମୟୀ ବଣିଆଙ୍କ ନେତୃତ୍ଵରେ ଆୟୋଜିତ ହୋଇଥିଲା। ଏଥିରେ ଯୁବ ନେତା ଭବାନୀ ଶଙ୍କର ବଣିଆ, ପିଇଓ ଶ୍ରୀ ତୀର୍ଥ ରାଜ ମାଝୀ, ଏସଏସଜି ସଦସ୍ୟା ରଶ୍ମିତା ମହାନନ୍ଦ ଓ ହେମଲତା ସୁନନୀ ଏବଂ ୱାର୍ଡ ମେମ୍ବର ଓ ଗ୍ରାମର ଯୁବ ଗୋଷ୍ଠୀ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ପ୍ରୟାସ ଜରିଆରେ ନନ୍ଦଗାଁ ଗ୍ରାମ ପଞ୍ଚାୟତ ସ୍ଵଚ୍ଛତା ଓ ପରିବେଶ ସୁରକ୍ଷା ପ୍ରତି ଏକ ଉଦାହରଣ ସୃଷ୍ଟି କରିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ