
କଳମପୁର ( ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳମପୁର ବ୍ଲକ ସ୍ତରୀୟ ନୂଆଖାଇ ଭେଟଘାଟ ଓ ନୂତନ କର୍ମକର୍ତ୍ତା ଚୟନ ସଭା ମୀନଗୁର ସ୍ଥିତ ଧାନମଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କଳାହାଣ୍ଡି ପଣ୍ଡରାମାଳି ସେବାସଂଘର ସଭାପତି ଶ୍ରୀ ଉମାଶଙ୍କର ମାଝୀ, କୁଳପତି ଶ୍ରୀ ବିଦ୍ୟାଧର ନାଏକ, କାର୍ଯ୍ୟକାରୀ ସଭାପତି ଶ୍ରୀ ଉଦିତ ନାଏକ, ସଂଯୋଜକ ଶ୍ରୀ ସୁମେଶ ବୋଡ଼କିଆ, ସମ୍ପାଦକ ଶ୍ରୀ ବିରଞ୍ଚି ବଣିଆ, କୋଷାଧ୍ୟକ୍ଷ ଶ୍ରୀ ମନୋଜ ନାଏକ, ଶ୍ରୀ ମଣିଭଦ୍ର ନାଏକ, ଶ୍ରୀ ଜୟନ୍ତ ନାଏକ, କୋକସରା ବ୍ଲକ ସଭାପତି ଶ୍ରୀ ଭଜମନ ନାଏକ, ସମ୍ପାଦକ ଶ୍ରୀ କ୍ଷୀରସିନ୍ଧୁ ବୋଡ଼କିଆ, ଗୋଲାମୁଣ୍ଡା ସଭାପତି ଶ୍ରୀ ତୁଲେଶ୍ୱର ନାଏକ, ଶ୍ରୀ ବିପିନ ନାଏକ, ଶ୍ରୀ ବୀର ରଣା, ଶ୍ରୀ କୃଷ୍ଣ ନାଏକ, ଶ୍ରୀ ତରୁ ମଣି ନାଏକ, ଶ୍ରୀ କନ୍ଦର୍ପ ନାଏକ, ଶ୍ରୀ ମଧୁ ନାଏକ ପ୍ରମୁଖଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସଭାରେ କଳମପୁର ବ୍ଲକ ପାଇଁ ନୂତନ କର୍ମକର୍ତ୍ତା ମନୋନୀତ ହୋଇଥିଲେ। ସର୍ବସମ୍ମତି କ୍ରମେ ଶ୍ରୀ କ୍ଷୀରୋଦ ମାଝୀଙ୍କୁ ସଭାପତି, ଶ୍ରୀ ସୁଦର୍ଶନ ନାଏକଙ୍କୁ ଉପସଭାପତି, ଶ୍ରୀ ଧବଳେଶ୍ୱର ମାଝୀଙ୍କୁ ସମ୍ପାଦକ, ଶ୍ରୀ ସଦାନନ୍ଦ ନାଏକଙ୍କୁ ସହ-ସମ୍ପାଦକ ଏବଂ ଶ୍ରୀ ପଦ୍ମଲୋଚନ ମାଝୀଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଏହି ସଭାକୁ ଶ୍ରୀ କନ୍ଦର୍ପ ନାଏକ ପରିଚାଳନା କରିଥିଲେ। ନୂଆଖାଇର ଏହି ଭେଟଘାଟ ଓ ମନୋନୟନ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।