
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକର କୁମ୍ଭାରପଡ଼ା ଗ୍ରାମସ୍ଥିତ ମା କୁକୁଟାସନୀ ଜୟ ଦୁର୍ଗା ନାଟ୍ୟସଂସଦ ତରଫରୁ ସୁବର୍ଣ୍ଣଜୟନ୍ତୀ ଅବସରରେ ବଡ଼ସାହି ଛକରେ ସାମାଜିକ ନାଟକ “ଏ ଆଖି କାନ୍ଦୁଛି ତୋରି ପାଇଁ” ବୁଧବାର ମଞ୍ଚସ୍ଥ ହୋଇଯାଇଛି। ରମାକାନ୍ତ ପଣ୍ଡାଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ନାଟକ ଯୁବପିଢ଼ି ଓ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ବେଶ ପ୍ରଶଂସିତ ହୋଇଛି। ତେବେ, ଲଘୁଚାପ ଯୋଗୁଁ ନାଟକର ଆକର୍ଷଣ କିଛିଟା ଫିକା ପଡ଼ିଥିବା ଦେଖାଯାଇଛି।କାର୍ଯ୍ୟକ୍ରମ ଆରମ୍ଭରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅରକ୍ଷିତ ଦାଶ, ବରିଷ୍ଠ ଓକିଲ ତ୍ରିନାଥ ପଢ଼ି, ଅବସରପ୍ରାପ୍ତ ସୈନିକ ସଞ୍ଜୟ ଲେଙ୍କା, ସାମାଜିକ କର୍ମୀ ହରିହର ପଣ୍ଡା ଏବଂ ସହକାରୀ ନାଟ୍ୟ ନିର୍ଦେଶକ ପ୍ରଭାରଞ୍ଜନ ଦାଶ ମଞ୍ଚାସୀନ ଥିଲେ। ଅତିଥିମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା।ସ୍ଥାନୀୟ କଳାକାର ବଦ୍ରିପ୍ରସାଦ ଦାଶ, ଶକ୍ତି ପ୍ରସାଦ ଦାଶ, ସତିକାନ୍ତ ସାହୁ, ଦୋଳଗୋବିନ୍ଦ ପଣ୍ଡା, ବଂଶୀଧର ପ୍ରଧାନ, କେଦାର ପ୍ରଧାନ, ବସନ୍ତ କୁମାର ପଣ୍ଡା, ହାସ୍ୟ ଅଭିନେତା ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ବିଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ କରିଥିଲେ।ଅନୁରୂପଭାବେ, ଗୋଡ଼ିସାହି ଜୟଦୁର୍ଗା ନାଟ୍ୟସଂସଦ (ଗ୍ରୁପ-୦) ତରଫରୁ ବିଜୟା ଦଶମୀ ଅବସରରେ ଶୁକ୍ରବାର ସାମାଜିକ ନାଟକ “କହିବାକୁ ଲାଜ ଶୁଣିଲେ ପାପ” ମଞ୍ଚସ୍ଥ ହୋଇଛି। ଚିତରଞ୍ଜନ ପଣ୍ଡାଙ୍କ ନିର୍ଦେଶନାରେ ପ୍ରସ୍ତୁତ ଏହି ନାଟକର ଉଦଘାଟନ ପୂର୍ବତନ ସରପଞ୍ଚ ଅଖିଳ କୁମାର ପଣ୍ଡା କରିଥିବା ବେଳେ ସମିତି ସଭ୍ୟ ନରେନ୍ଦ୍ରନାଥ ଦାଶ, ସାମାଜିକ କର୍ମୀ ସୁବାଷ କୁମାର ପଣ୍ଡା, ଶିକ୍ଷାବିତ୍ ଅଜୟ କୁମାର ସେଠୀ ଏବଂ ସମାଜସେବୀ ପୀତବାସ ପାଣିଗ୍ରାହୀ ମଞ୍ଚାସୀନ ଥିଲେ। ସ୍ଥାନୀୟ କଳାକାର ବିଭୂପ୍ରସାଦ ପଣ୍ଡା, ସୋମ୍ୟରଞ୍ଜନ ପଣ୍ଡା, ପ୍ରେମାରଞ୍ଜନ ପଣ୍ଡା, ଗୋକୁଳ ପଣ୍ଡା ଏବଂ ହାସ୍ୟ ଅଭିନେତା କୈଳାଶ ପଣ୍ଡା ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି ନାଟକ ଯୁବପିଢ଼ିଙ୍କୁ ବେଶ ପ୍ରେରଣା ଯୋଗାଇଥିଲା।ଉଭୟ ନାଟକ ସ୍ଥାନୀୟ ସଂସ୍କୃତି ଓ ସାମାଜିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବା ସହିତ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ