
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ବ୍ଲକ ବେହେରା- ଧଅରପୁର ରାଜସ୍ୱ ନିରୀକ୍ଷକ ଅଧିନ ବିଭିନ୍ନ ଗ୍ରାମ ର ହିତାଧିକାରୀ ଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଛି।ଏହି ଅବସରରେ ବେହେରା ସ୍ଥିତ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇ ନିଜ ପଟ୍ଟା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି-କଳାହାଣ୍ଡି ଜିଲ୍ଲା ପାଳ ସଚିନ ପାୱାର,ଧର୍ମଗଡ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ -ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ବେହେରା ଗ୍ରାମ ପଞ୍ଚାୟତ ସରପଞ୍ଚ କୁମୁଦିନି ଗୋଇନ୍ଟା,ସମିତି ସଭ୍ୟ-କିଶୋର ଗୋପାଳ,ଛନ୍ଚାଣବାହେଲି ସରପଞ୍ଚ -ପ୍ରୀତି ବେମାଲ,ଟେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ ପ୍ରମୁଖ ଉପସ୍ଥିତ ରହିଥିଲେ।ଛନ୍ଚାଣବାହେଲି ପଞ୍ଚାୟତ -ବେହେରାଗୁଡା ଗ୍ରାମର ୨୮ଜଣ ହିତାଧିକାରୀ ଙ୍କୁ ୪ଡିସମିଲ ଘର ଡ଼ିହ ପଟ୍ଟା ମିଳିଥିବା ବେଳେ ବେହେରା ପଞ୍ଚାୟତ ବେହେରା ଗ୍ରାମର ୨୬ଜଣ,ଟେଣ୍ଡାପାଲି ପଞ୍ଚାୟତ ଟେଣ୍ଡାପାଲି ଗ୍ରାମର ୧୦ଜଣ ଓ ଛତାଗହୀର ଗ୍ରାମର ୮ଜଣ ହିତାଧିକାରୀ ଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।ସରକାର ଘରଡ଼ିହ ନ ଥିବା ହିତାଧିକାରୀ ମାନଙ୍କୁ ବସୁନ୍ଧରା ଯୋଜନା ମାଧ୍ୟମରେ ଘର ଡିହ ବାବଦ କୁ ୪ଡିସମିଲ ଡିହ ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି।ହିତାଧିକାରୀ ମାନେ ପଟ୍ଟା ଗ୍ରହଣ କରି ବେଶ ଉତ୍ସାହିତ ଥିବା ଜଣାପ଼ିଛି ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ