ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ ) ଖଣ୍ଡପଡ଼ା ସହରସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ନୂତନ ଅଧିକାରୀ ଭାବେ ଦିଲ୍ଲୀପ କୁମାର ପଟ୍ଟନାୟକ କାର୍ଯ୍ଯରେ ଯୋଗ ଦେଇଥିବା କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି।ଏଥି ପୂର୍ବରୁ ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ଗଣିଆ ବନାଞ୍ଚଳ ଅଧିକାରିଣୀ ସୁମନ ମାଝୀଙ୍କ ଠାରୁ ନୂତନ ଅଧିକାରୀ ଭାବେ ଶ୍ରୀ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିବା ଅବସରରେ ବନ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ଯାଳୟ ପରିସରରେ ଉପସ୍ଥିତ ଥିଲେ। ପ୍ରକାଶଥାଉକି ନୂତନ ବନାଞ୍ଚଳ ଅଧିକାରୀ ଶ୍ରୀ ପଟ୍ଟନାୟକ ଏଥିପୂର୍ବରୁ ରାୟଗଡା ଡିଭିଜନର ଗୁଡାରି ଅଞ୍ଚଳରେ ବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।ନୂତନ ବନାଞ୍ଚଳ ଅଧିକାରୀଙ୍କୁ ସମସ୍ତ ବନବିଭାଗ କର୍ମଚାରୀମାନେ ଶୁଭେଚ୍ଛା ଜଣାଇଥିଲେ।ଖଣ୍ଡପଡ଼ା ବନାଞ୍ଚଳ ଅଧିନ ସଂରକ୍ଷିତ ଜଙ୍ଗଲର ସୁରକ୍ଷା ସହ ଜୀବଜନ୍ତୁଙ୍କ ସୁରକ୍ଷାକୁ ସେ ପ୍ରାଥମିକତା ଦେବେ ବୋଲି ନୂତନ ବନାଞ୍ଚଳ ଅଧିକାରୀ ଶ୍ରୀ ପଟ୍ଟନାୟକ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

