ଧର୍ମଗଡ଼ ( ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ବ୍ଲକର ତରାପୁର ଗ୍ରାମ ପଞ୍ଚାୟତ ସଭାଗୃହରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି (କୁଷ୍ଠ ନିରାକରଣ ବିଭାଗ) ଏବଂ ଲେପ୍ରା ସୋସାଇଟି (ସ୍ୱାଭିମାନ ପ୍ରକଳ୍ପ) ମିଳିତ ଆନୁକୂଲ୍ୟରେ କୁଷ୍ଠ ରୋଗ ସନ୍ଦେହାସ୍ପଦ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ, ନିଦାନ ଓ ଚିକିତ୍ସା ନିମନ୍ତେ সରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରେରଣ ସମ୍ବନ୍ଧୀୟ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଧର୍ମଗଡ଼ ବ୍ଲକର ନୋଡାଲ ଲେପ୍ରୋସି ୱାର୍କର ସୁଶାନ୍ତ କୁମାର ବେହେରା ଏବଂ ତରାପୁର ଉପ-ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ସୁଦେଶ ଚନ୍ଦ୍ର ଦୁରିଆ ଉପସ୍ଥିତ ରହି ୩୧ ଜଣ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ (ପିଏମପି/ଆର୍ ଏମ୍ ପି)ଙ୍କୁ କୁଷ୍ଠ ରୋଗର କାରଣ, ଲକ୍ଷଣ, ପ୍ରଭାବ, ଚିକିତ୍ସା ଏବଂ ନିରାକରଣ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ସେମାନେ ସନ୍ଦେହାସ୍ପଦ ରୋଗୀଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ପ୍ରେରଣ କରିବାକୁ ଆହ୍ୱାନ ଦେଇଥିଲେ। ଶ୍ରୀ ବେହେରା କହିଥିଲେ, “କୁଷ୍ଠ ରୋଗ ପ୍ରତି ସମାଜରେ ଥିବା ଅନ୍ଧବିଶ୍ୱାସ ଓ ଘୃଣାଭାବ ଦୂର କଲେ ଏହି ରୋଗକୁ ସମାଜରୁ ନିର୍ମୂଳ କରାଯାଇପାରିବ।” କାର୍ଯ୍ୟକ୍ରମରେ ଲେପ୍ରା ସୋସାଇଟିର କ୍ଷେତ୍ର ସଂଯୋଜକ ଶିଶିର କୁମାର ସାବତ ସମସ୍ତଙ୍କ ମିଳିତ ଉଦ୍ୟମ ଦ୍ୱାରା କୁଷ୍ଠ ରୋଗକୁ ସମାଜରୁ ଦୂର କରିବା ସମ୍ଭବ ବୋଲି ଆଶା ପ୍ରକାଶ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

