ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ପୂଣ୍ଯାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜୟନ୍ତୀ ଉତ୍ସବ ଖଣ୍ଡପଡ଼ା ଠାରେ ଗୁରୁବାର ପାଳିତ ହୋଇଯାଇଛି। ଖଣ୍ଡପଡ଼ା ସମାଜ ପରିବାର ପକ୍ଷରୁ ଆଞ୍ଚଳିକ ସାମ୍ବାଦିକ ସଂଘ କାର୍ଯ୍ଯାଳୟ ପରିସରରେ ଆୟୋଜିତ କାର୍ଯ୍ଯକ୍ରମରେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ଗହଣରେ ସମାଜସେବୀ ମହେନ୍ଦ୍ର କୁମାର ବାରିକ,ମନୋଜ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର ଚନ୍ଦ୍ର ବେହେରା,ସମ୍ବିତ ଭୂଷଣ ସେନାପତି,ଦୁର୍ଗା ପ୍ରସାଦ ଆଚାର୍ଯ୍ଯ, ବିରଞ୍ଚିନାରାୟଣ ମିଶ୍ର,ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ଯୋଗଦେଇ ଉତ୍କଳମଣି ଗୋପବନ୍ଧୁଙ୍କ ସୁଦୁର ପ୍ରସାରୀ ପ୍ରତିଭା ସଂର୍ପକରେ ଆଲୋକପାତ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ।କାର୍ଯ୍ଯକ୍ରମର ପ୍ରାରମ୍ଭରେ ଉତ୍କଳମଣିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଵଳନ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।ଖଣ୍ଡପଡ଼ା ବ୍ଲକ ସମାଜ ପ୍ରତିନିଧି ଭବାନୀଶଙ୍କର ସିଂହସାମନ୍ତ କାର୍ଯ୍ଯକ୍ରମରେ ସଂଯୋଜନା କରିଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

