ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ବ୍ଲକ ସଭାଗୃହରେ ବରିଷ୍ଠ ନାଗରିକ ଦିବସ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକ ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସଭାରେ ଛଅ ଜଣ ବରିଷ୍ଠ ନାଗରିକ ନିତ୍ୟାନନ୍ଦ ପାତ୍ର, କାଳିଆ ଗଞ୍ଜାନ ପାତ୍ର, ଧନେଶ୍ୱର ଗୋପାଳ, ପ୍ରତାପ କିଶୋର ଆଚାର୍ଯ୍ୟ, ଦୟାନିଧି ଜାଲ ଏବଂ ଶ୍ୟାମ ସୁନ୍ଦର ଜାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘର ସଭାପତି ହିମାଂଶୁ ଶେଖର ମୁଣ୍ଡ, ସମ୍ପାଦକ ସୁନୀଲ କୁମାର ପାତ୍ର ଏବଂ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହା ସହିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି କବିରାଜ ଦୁର୍ଗା, ସମ୍ପାଦକ ରାଜେନ୍ଦ୍ର କୁମାର ଭୋଇ ଓ ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟି ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଲୋକନାଥ ଭାଟିଙ୍କ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ଦେବେନ୍ଦ୍ର କୁମାର ଆଚାର୍ଯ୍ୟ ସହାୟକ ଭାବେ ଦାୟିତ୍ୱ ତୁଲାଇଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

