
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ ଅଧିନ ସିଧାମୂଳାସ୍ଥିତ ମହାନଦୀ ଘାଟରୁ ବାଲି ବୋଝେଇ କରି ହାଇଓ୍ବା ଗାଡିଗୁଡିକ ଜନଗହଳିପୂର୍ଣ୍ଣ ରାସ୍ତାରେ ଦିନ ବେଳା ଅବାଧରେ ଚଳାଚଳ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ବାରମ୍ବାର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।ଫଳରେ ଅଞ୍ଚଳବାସୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଦୈନିକ ଛୋଟବଡ଼ ଦୁର୍ଘଟଣା/ଅଘଟଣ ଘଟୁଥିବାର ନଜିର ରହିଛି। ସିଧାମୂଳା ଗ୍ରାମ ପାର୍ଶ୍ବସ୍ଥ ମହନଦୀ ଘାଟରୁ ବାଲି ବୋଝେଇ କରି ଶହଶହ ହାଇଓ୍ବା ଗାଡିଗୁଡିକ ଜନଗହଳିପୂର୍ଣ୍ଣ ରାଜକିଆରୀ,ଘଣାଶାଳିଆ,ବାଣପୁର,ବେଣାଗାଡିଆ,ବରକୋଳିଛକ,ମର୍ଦ୍ଦରାଜପୁର,ଖଳିସାହି ଓ ଖଣ୍ଡପଡ଼ା ସହରର ବାଇପାସ ରାସ୍ତା ଦେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଥିବା ଜଣାପଡିଛି।ଦିନ ବେଳା ହାଇଓ୍ବା ଗାଡିଗୁଡିକ ଚଳାଚଳ ଉପରେ କଟକଣା ଲଗାଇବାକୁ ଖଣ୍ଡପଡ଼ା ଅଞ୍ଚଳବାସୀ ଦାବି କରି ଆସୁଥିଲେ ହେଁ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ପ୍ରକାଶଥାଉକି ଗତ କିଛିଦିନ ତଳେ ଖଣ୍ଡପଡ଼ାରୁ ଖଳିସାହି ଗ୍ରାମ ଦେଇ କଣ୍ଟିଲୋ ଅଭିମୁଖେ ଯାଉଥିବା ଏକ ହାଇଓ୍ବା ଗାଡି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଖଳିସାହି ବଜାର ମଧ୍ଯରେ ଅଟକି ରହିବା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଦିର୍ଘ ସମୟ ଧରି ଯାନବାହନ ଗୁଡିକ ଦିର୍ଘ ସମୟ ଧରି ଅଟକି ରହିବା ଯୋଗୁଁ ସେହି ରାସ୍ତା ଦେଇ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଠପ ହେବା ସହ ଜରୁରିକାଳୀନ ସେବା ବାଧାପ୍ରାପ୍ତ ହୋଇଥିଲା।ବାରମ୍ବାର ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ଦିନବେଳା ହାଇଓ୍ବା ଗାଡି ଚଳାଚଳ ଉପରେ କଟକଣା କଡାକଡି ଲାଗୁ କରିବାକୁ ଦାବି ହେଉଛି।ଏଥିପ୍ରତି ନୟାଗଡ ଜିଲ୍ଲାପାଳ ଓ ଏସପି ଦୃଷ୍ଟି ଦେବାକୁ ଦାବି ହେଉଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ