
ଖଣ୍ଡପଡା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ଥିବା କୁମ୍ଭାରପଡ଼ା କ୍ଳଷ୍ଟର ଅନ୍ତର୍ଭୁକ୍ତ ମଣ୍ଡଳ ସ୍ତରୀୟ “ସୁରଭି ” କାର୍ଯ୍ୟକ୍ରମ ବାପୁଜୀ ବିଦ୍ୟାପୀଠ ଢୋଲମରା କ୍ୟାମ୍ପସ-୨ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ସିଆରସିସି ବିପିନ ବିହାରୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୨ଟି ବିଦ୍ୟାଳୟର କନିଷ୍ଠ ଓ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାକରାଯାଇଥିଲା ଚିତ୍ରାଙ୍କନ, ଗଳ୍ପକଥନ, ଗଣିତଦୌଡ଼, ଗଣିତକୁଇଜ୍, ସୃଜନଶୀଳଲିଖନ, ପ୍ରବନ୍ଧଲିଖନ, ବତ୍କୃତା,କୁଇଜ୍,ଓଡ଼ିଆ ହସ୍ତାକ୍ଷର ଓ ସୂତ୍ର ଲିଖନ, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା,ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା କରାଯାଇଥିଲା। ବାପୁଜୀ ବିଦ୍ୟାପୀଠର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ବାପୁଜୀ ବିଦ୍ୟାପୀଠର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ନାରାୟଣ ପାଣିଗ୍ରାହୀ,ମୁଖ୍ୟ ବକ୍ତା ରୂପେ ମୋ ସ୍କୁଲ ସଭାପତି ବିରଞ୍ଚି ନାରାୟଣ ସାହୁ, କୁମ୍ଭାରପଡ଼ା କ୍ଳଷ୍ଟର ସିଆରସିସି ବିପିନ ବିହାରୀ ପଣ୍ଡା,ବାପୁଜୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସିନ ଥିଲେ।ବାପୁଜୀ ବିଦ୍ୟାପୀଠର ଶିକ୍ଷୟୀତ୍ରି ସିପ୍ରା ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଗୋପାଳ ଚନ୍ଦ୍ର ନାୟକ, ସ୍ମରଣିକା ପରିଡ଼ା,ଜୟନ୍ତୀଦେବି, ଲବମଲ୍ଲିକ,ରମାକାନ୍ତ ପଣ୍ଡା,ରାଜକିଶୋର ମଲ୍ଲିକ,ମାନସୀ ନାଏକ,ଲକ୍ଷ୍ମୀପ୍ରିୟା ପଣ୍ଡା,ପ୍ରମୋଦ କୁମାର ପରିଡ଼ା,ଅଜୟ କୁମାର ସେଠୀ,କବିତା ରାଣି ଦେବୀ, ପ୍ରମୋଦିନୀ ପ୍ରଧାନ,ଜିତେନ୍ଦ୍ର କୁମାର ପଣ୍ଡା,ସରସ୍ଵତୀ ପ୍ରଧାନ,ପ୍ରିୟମଞ୍ଜରୀ ସୁନନ୍ଦା ତ୍ରିପାଠୀ,ମାନସୀ ନାଏକ,ପ୍ରଭାତ କୁମାର ସାହୁ,ସିପ୍ରା ମିଶ୍ର,ଆରତୀ ମଲ୍ଲିକ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ସହ ମାନପତ୍ର ପୁରସ୍କୃତ କରାଯାଇଥିଲା।କ୍ଲଷ୍ଟର ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ବ୍ଲକ ସ୍ତରୀୟ ସୁରଭି ରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ