
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ବନାଞ୍ଚଳ ଅଧିନ ସିଂଘାପଡ଼ା ବନପାଳଙ୍କ କାର୍ଯ୍ଯାଳୟ ପରିସର ଅନାବନା ଗଛଲତାରେ ଭର୍ତ୍ତି ହୋଇ ରହିଛି।ଏହାର ସୁଯୋଗ ନେଇ ବିଷଧର ସରୀସୃପ ଗୁଡ଼ିକ ସେଠାରେ ଚଳପ୍ରଚଳ ହେଉଥିବା ଜଣାପଡିଛି।ବନପାଳଙ୍କ କାର୍ଯ୍ଯାଳୟ ସଂଲଗ୍ନ ସରକାରୀ ବାସଗୃହ ଗୁଡିକରେ କର୍ମଚାରୀମାନେ ଦିର୍ଘ ବର୍ଷ ଧରି ରହୁଛନ୍ତି।ବାସଗୃହ ଚତୁଃପାର୍ଶ୍ଵରେ ଅନାବନା ଘାସ ଓ ଗଛଲତା ଭର୍ତ୍ତିହୋଇ ରହିଥିବା ବେଳେ ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଜବତ ହୋଇଥିବା ମୂଲ୍ୟବାନ ଯାନବାହନ ଗୁଡିକ ଗଛଲତା ମଧ୍ଯରେ ପଡି ରହି ନଷ୍ଟ ହେଉଥିବା ପରିଲକ୍ଷିତ ହେଉଛି।ବର୍ଷ ବର୍ଷ ଧରି ବନବିଭାଗ କାର୍ଯ୍ଯାଳୟ ପରିସରରୁ ଅନାବନା ଗଛ ଲତା ସଫା କରାଯାଇନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି।କାର୍ଯ୍ଯାଳୟ ପରିସରରେ ରହୁଥିବା କର୍ମଚାରୀଙ୍କ ଦାୟିତ୍ୱହୀନତା ସାଙ୍ଗକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅଣଦେଖା ଯୋଗୁଁ ସିଂଘାପଡା ବନପାଳଙ୍କ କାର୍ଯ୍ଯାଳୟ ପରିସର ବିଷଧର ସରୀସୃପଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ପ୍ରକାଶଥାଉକି ପ୍ରତିବର୍ଷ ସରକାରୀ ବାସଗୃହ ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଥିଲେ ହେଁ କର୍ମଚାରୀଙ୍କ ଦାୟୀତ୍ଵହୀନତା ଯୋଗୁଁ ବନ ବିଭାଗ କାର୍ଯ୍ଯାଳୟ ପରିସର ଏକରକମ ଜଙ୍ଗଲ ପାଲଟିଛି। ନୟାଗଡ ବନଖଣ୍ଡ ଅଧିକାରୀ ଓ ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ