 
                  ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଖଳିସାହିସ୍ଥିତ ଲିଙ୍ଗରାଜ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଖଣ୍ଡପଡ଼ା ବ୍ଳକର ୧୧ ଟି କ୍ଲଷ୍ଟରର ଶତାଧିକ ଛାତ୍ରଛାତ୍ରୀ ଏ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।କାର୍ଯ୍ଯକ୍ରମର ପ୍ରଥମ ପର୍ଯ୍ୟାୟରେ ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର କର ପୌରୋହିତ୍ୟ କରିଥିଲେ। ଅତିଥି ଭାବେ ଖଳିସାହି ସରପଞ୍ଚ ଫକୀର ମୋହନ ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ଖଣ୍ଡପଡ଼ା ବ୍ଳକ ଶିକ୍ଷା ଅଧିକାରୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷା ଉପମା ବେହେରା,ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆରସିଂ, ଲିଙ୍ଗରାଜ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଭାପତି ଚରଣ ସାହୁ ପ୍ରମୁଖ ଯୋଗଦେଇ ଲୁକ୍କାୟିତ ପ୍ରତିଭାର ବିକାଶ ଶିଶୁ ମହୋତ୍ସବ ସୁରଭିର ମୁଖ୍ଯ ଲକ୍ଷ୍ଯ ହେଉ ବୋଲି ମତ ଦେଇଥିଲେ।ଏ ଅବସରରେ ଆୟୋଜିତ ସଙ୍ଗୀତ, ତର୍କ, ବକୃତା, ସାଧାରଣ ଜ୍ଞାନ, ରଚନା, କ୍ଷୁଦ୍ର ନାଟକ ଓ ଲୋକ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବାବଦରେ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ଏବିଇଓ କଳିଙ୍ଗ ଚନ୍ଦ୍ର ନାଏକ, ନାରାୟଣ ଦାଶ, ପ୍ରଦୀପ କୁମାର ସାହୁ, ସିଆରସିସି ଗଜପତି ବିଶ୍ୱାଳ, ବିକାଶ କୁମାର ସେଠୀ,ଖଣ୍ଡପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦୀନବନ୍ଧୁ ଦାସ, ସଂପାଦକ ନିକୁଞ୍ଜ ବିହାରୀ ରଥ, ସଞ୍ଜୟ କୁମାର ବେହେରା, ଚିତ୍ତରଞ୍ଜନ ପଣ୍ଡାଙ୍କ ସମେତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶିକ୍ଷକ ସିଦ୍ଧାର୍ଥ କୁମାର ମହାପାତ୍ର କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ଧନ୍ୟବାଦ ଦେଇଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ


 
         
        