 
                  କୋକସରା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କୋକସରା ବ୍ଲକ ଅନ୍ତର୍ଗତ ପଣ୍ଡରାମାଳି ସେବାସଙ୍ଘର ସମାଜ ଭବନର ରେଜିଷ୍ଟ୍ରେସନ ଶୁକ୍ରବାର ଦିନ ସୁଚାରୁ ରୂପେ ସମ୍ପନ୍ନ ହୋଇଛି। ଏହି ଉପଲକ୍ଷେ ସୁନାମାଳ ଗ୍ରାମର କୋକସରା ଜୋନ ସଭାପତି ଶ୍ରୀ ଖୁସିରାମ ନାଏକ ୦.୦୫ ଡେସିମିଲ ଜମି ସମାଜ ଭବନ ନିର୍ମାଣ ପାଇଁ ଦାନ କରି ସମାଜରେ ସୁନାମ ଅର୍ଜନ କରିଛନ୍ତି। ଏହି ମହତ୍ କାର୍ଯ୍ୟରେ କୋକସରା ବ୍ଲକ ସଭାପତି ଶ୍ରୀ ଭଜମନ ନାଏକ, ସମ୍ପାଦକ ଶ୍ରୀ କ୍ଷୀରସିନ୍ଧୁ ବୋଡ଼କିଆ, ସହ ସମ୍ପାଦକ ଶ୍ରୀ ଗୋବର୍ଦ୍ଧନ ନାଏକ, କୋଷାଧ୍ୟକ୍ଷ ଶ୍ରୀ ସୁବାଷ ନାଏକ, ଆମପାଣି ଜୋନ ସଭାପତି ଶ୍ରୀ ହରିଶ୍ଚନ୍ଦ୍ର ନାଏକ, ମୋଟର ଜୋନ ଉପସଭାପତି ଶ୍ରୀ ଦୁର୍ବଳ ଲିମଗୋଛିଆ, ସମ୍ପାଦକ ଶ୍ରୀ ତ୍ରିଲୋଚନ ବଣିଆ, ସହ ସମ୍ପାଦକ ଶ୍ରୀ ସୁଶାନ୍ତ ନାଏକ, ଶ୍ରୀ ମଣ୍ଟୁ ନାଏକ, ଶ୍ରୀ ଚୌଧୁରୀ ନାଏକ, ଶ୍ରୀ ସିଦ୍ଧେଶ୍ୱର ବିସି, ଶ୍ରୀ ବୀର ନାଏକ ଏବଂ ଶ୍ରୀ ଗୟା ଧର ନାଏକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ମାଳି ସମାଜର ସମସ୍ତ ସଦସ୍ୟଙ୍କ ଆର୍ଥିକ ସହଯୋଗ ଏବଂ ସମନ୍ୱିତ ଉଦ୍ୟମ ଯୋଗୁଁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଛି। ଏହା ସମାଜର ଐକ୍ୟ ଓ ସହଯୋଗର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛି।


 
         
        