ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଓଡ଼ିଶାର ପ୍ରସିଦ୍ଧ ରେଭେନ୍ସା ବିଶ୍ୱବିଦ୍ୟାଳୟଠାରେ ପଶ୍ଚିମ ଓଡ଼ିଶା କୁଟୁମ୍ବ ପକ୍ଷରୁ ନୂଆଖାଇ ଭେଟଘାଟ ଆୟୋଜିତ ହୋଇଯାଇଛି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରିଥିଲେ। ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ଆଜି ସମଗ୍ର ବିଶ୍ୱରେ ଏକ ସମୃଦ୍ଧ ଭାଇଚାରାର ପର୍ବ ହୋଇପାରିଛି ଏବଂ ଏକ ମହାନ ସଭ୍ୟତାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରୁଦ୍ଧିମନ୍ତ କରିଛି ବୋଲି ଅନେକ ବିଶିଷ୍ଟ ବ୍ୟକ୍ତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲୋକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କ୍ରମରେ କଳାହାଣ୍ଡି ଜୁନାଗଡ଼ର ବିଶିଷ୍ଟ ଶିଳ୍ପପତି, ଆଇନଜୀବୀ ତଥା ସମାଜସେବୀ ଦୁର୍ଗା ପ୍ରସାଦ ନାଏକଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାକୁ ନେଇ ଶ୍ରୀ ନାଏକଙ୍କ ସମର୍ଥକ ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

