 
                  ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ ବ୍ଲକ୍ ଅନ୍ତର୍ଗତ ନନ୍ଦଗାଁ ଗ୍ରାମ ପଞ୍ଚାୟତର ମଝେନପଦର ଗ୍ରାମରେ ମାଁ ଲକ୍ଷ୍ମୀଙ୍କ ପୂଜା ମଣ୍ଡପ ନିର୍ମାଣ ପାଇଁ ଗୁରୁବାର ସକାଳ ୧୦ଟାରେ ଭୂମିପୂଜନ ଅନୁଷ୍ଠିତ ହୋଇଛି। ଗ୍ରାମର ପୂଜାରୀ ଶ୍ରୀ ଶତ୍ରୁଘ୍ନ ଶବରଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଶୁଭ ନାରିକେଳ ଭାଙ୍ଗି ମଣ୍ଡପର ଭୂମିପୂଜନ ସମ୍ପନ୍ନ ହୋଇଥିଲା। ଅନେକ ବର୍ଷ ଧରି ଗ୍ରାମବାସୀ ବିଭିନ୍ନ ନେତା, ମନ୍ତ୍ରୀ ଓ ବିଧାୟକଙ୍କୁ ଅନୁରୋଧ କରି ଆସୁଥିଲେ, କିନ୍ତୁ କେବଳ ପ୍ରତିଶ୍ରୁତି ମିଳୁଥିଲା। ଅବଶେଷରେ ପଞ୍ଚାୟତର ଯୁବ ନେତା ଶ୍ରୀ ଭବାନୀ ଶଙ୍କର ବଣିଆଙ୍କ ନିଜ ଅର୍ଥ ବ୍ୟୟରେ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଭୂମିପୂଜନ ଅବସରରେ ଗ୍ରାମବାସୀ ଓ ମହିଳାମାନଙ୍କ ମୁହଁରେ ଖୁସିର ଲୁହ ଝରି ପଡ଼ିଥିଲା। ସମାଜର ମାନ୍ୟଗଣ୍ୟ ବ୍ୟକ୍ତିବର୍ଗ ଯଥା ଭୁବନେଶ୍ୱର ଶବର, ଗଣେଶ ଶବର, ବନମାଳୀ ଶବର, ବିରଞ୍ଚି ଓ ମନୋଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ସମସ୍ତେ ଏକତ୍ରିତ ହୋଇ ସମାଜର ଏକତା, ଅଖଣ୍ଡତା ଓ ମଙ୍ଗଳ କାମନା କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ


 
         
        