ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ରାଜ୍ୟ ମଧ୍ୟାହ୍ନ ଭୋଜନ ପାଚିକା ସଂଘର ଆହ୍ବାନକ୍ରମେ ଓ ସିଆଇଟିୟୁ ସହଯୋଗରେ ଖଣ୍ଡପଡ଼ା ବ୍ଲକସ୍ତରୀୟ ପାଚିକା ସଂଘର ୪ର୍ଥ ସମ୍ମିଳନୀ ଖଣ୍ଡପଡ଼ା ସହରର ବାଇପାସ ରାସ୍ତା ପାର୍ଶ୍ବସ୍ଥିତ ମା ବାଉରୀ ଠାକୁରାଣୀଙ୍କ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଶ୍ରମିକ ନେତା କାଳନ୍ଦୀ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ସମ୍ମିଳନୀରେ ନୟାଗଡ ଜିଲ୍ଲା ସମ୍ପାଦିକା ଜୟନ୍ତୀ ଦାସ ଉପସ୍ଥିତ ରହି ସଙ୍ଗଠନର ଲାଲଝଣ୍ଡା କୁ ସମସ୍ତଙ୍କ ଉପସ୍ଥିତିରେ ଉତ୍ତୋଳନ କରିଥିଲେ।ଏହାପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଶ୍ରମିକ ସଂଗଠନର ନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ କଟୁ ସମାଲୋଚନା କରିଥିଲେ।ଦୀର୍ଘ ବର୍ଷ ଧରି ବିଦ୍ୟାଳୟ ଗୁଡିକରେ ମଧ୍ଯାହ୍ନଭୋଜନ ପ୍ରସ୍ତୁତିରେ ନିୟୋଜିତ ପାଚିକା ଓ ସହାୟିକାମାନେ ପରିଶ୍ରମ ବଦଳରେ ଉଚିତ ପାରିଶ୍ରମିକ ପାଇବାରୁ ବଞ୍ଚିତ ହେଉଥିବା ସଂର୍ପକରେ ଆଲୋଚନା ହୋଇଥିଲା।ତାମିଲନାଡୁ ରାଜ୍ୟ ସରକାର ପାଚିକା ଓ ସହାୟିକା ମାନଙ୍କୁ ୪ର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ପ୍ରଦାନ କରି ସମସ୍ତ ସରକାରୀ ସହାୟତା ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ପାଚିକା ଓ ସହାୟିକାମାନଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଥିବା ନେଇ ଅଭିଯୋଗ ଉଠାଇ ଶ୍ରମିକ ନେତାମାନେ କ୍ଷୋଭ ପ୍ରକାଶ କରିଥିଲେ।ରାଜ୍ଯ ସରକାର ପାଚିକା ଓ ସହାୟିକାମାନଙ୍କୁ ନିୟମିତ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, ମାସିକ ୨୬ ହଜାର ଟଙ୍କା ଦରମା, ୧୦ ହଜାର ଟଙ୍କା ମାସିକ ପେନସନ,ମୃତ୍ୟୁ ଓ ଅବସରକାଳୀନ ସହାୟତା ୧୦ ଲକ୍ଷ ଟଙ୍କା ପ୍ରଦାନ,ସାମାଜିକ ସୁରକ୍ଷା ଓ ପରିଚୟପତ୍ର ପ୍ରଦାନ କରିବା,ନୂଆ ନୂଆ ବିଦ୍ୟାଳୟରେ ପାଚିକା ନିଯୁକ୍ତି କ୍ଷେତ୍ରରେ ଛଟେଇ ହୋଇଥିବା ପାଚିକାଙ୍କୁ ପୁନଃ ନିଯୁକ୍ତି ନିମନ୍ତେ ପ୍ରାଥମିକତା ଦେବାକୁ ଶ୍ରମିକ ସଂଗଠନର ନେତାମାନେ ଦାବି କରିଥିଲେ।ନିକଟ ଭବିଷ୍ୟତରେ ପାଚିକା ଓ ସହାୟିକାମାନଙ୍କ ନାର୍ଯ୍ଯ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।ଏ ଅବସରରେ ନୂତନ ବ୍ଳକ କମିଟି ଗଠନ କରାଯାଇଥିଲା।କମିଟିର ସଭାପତି ଭାବେ କାଳନ୍ଦୀ ନାୟକ,ସମ୍ପାଦିକା ଭାବେ ରୀନା ବେହେରା, କୋଷାଧ୍ୟକ୍ଷ ଭାବେ ମାନସୀ ବାରିକ,ଉପ ସଭାପତି ଭାବେ ସୁମିତ୍ରା ପୃଷ୍ଟି, ମରାମତି ମୁଦୁଲି ଓ ଶକୁନ୍ତଳା ଡାକୁଆ,ସହ ସମ୍ପାଦିକା ଭାବେ ସୁକୁମାରୀ ପରିଡା,ସୁନୀତା ବେହେରା,ଗୋଲାପ ସ୍ବାଇଁଙ୍କୁ ଚୟନ କରାଯାଇ ଦାୟୀତ୍ବ ପ୍ରଦାନ କରାଯାଇଥିବା ଜଣାଯାଇଛି। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ଯରେ ଶ୍ରମିକ ସଂଗଠନର ନେତା ଶରତ ବେହେରା,ଚାପଧାରୀ ରାଉତ,ସୁରେଶ ସ୍ବାଇଁ,ରୁପମଞ୍ଜରି ସାହୁ, ବିରଞ୍ଚି ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

