ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୪ ଟି ବିଭାଗରୁ ମୋଟ ୩୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ବାଲ ବାଟିକା ବିଭାଗ ରେ ଆରଧ୍ୟା ଦାସ ୧ମ, ଜାଗୃତି ଗୋପାଳ ୨ୟ ଓ ଏଲିନା ଦୁର୍ଗା ୩ୟ ,ଉପ ଶିଶୁ ବିଭାଗରୁ ଶ୍ରୀଧର ଦାସ ୧ମ, ସ୍ନେହା ମଶ୍ରା, ହେମାଙ୍ଗିନୀ ମଶ୍ରା ୨ୟ,ପ୍ରବୀଣ ମଶ୍ରା ୩ୟ, ଶିଶୁ ବିଭାଗରୁ ଓଁମ ପ୍ରକାଶ ମଶ୍ରା ୧ମ, ଡେଜିସ୍ମିତା ନାଏକ ୨ୟ, ନିଖିଳ ମଶ୍ରା ୩ୟ ସେହିପରି ବାଲ ବିଭାଗରୁ ଶ୍ରୀୟା ଦାସ ୧ମ, ପ୍ରକାଶ ମଶ୍ରା ୨ୟ, ଓ ଉମେଶ ବୋଡ଼କିଆ ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।କାର୍ଯ୍ୟକ୍ରମ ରେ ଶିଶୁମନ୍ଦିର ପରିଚାଳନା ସଭାପତି ହୃଷିକେଶ ସାହୁ ସଭାପତିତ୍ୱ କରିଥିବା ବେଲେ ମୁଖ୍ୟଅତିଥି ଭାବେ ପିଏମ ଶ୍ରୀ ଅନନ୍ତ ପ୍ରାସାଦ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନବ କୁମାର ସୁନାରୀ, ସମ୍ମାନୀତ ଅତିଥି ଭାବେ ବିଜ୍ଞାନ ଶିକ୍ଷକ ବିକାଶ ସାହୁ , ସେମଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସମୀର ରଂଜନ ବାରିକ , ପରିଚାଳନା କୋଷାଧ୍ୟକ୍ଷ ସୁଶାନ୍ତ କୁମାର ଦାସ ଯୋଗ ଦାନ କରି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ।କାର୍ଯ୍ୟକ୍ରମ କୁ ପ୍ରଧାନାଚାର୍ଯ୍ୟ ସୁଧୀର ଗୋପାଳ ପରିଚାଳନା କରିଥିବା ବେଳେ ଗୁରୁମା ସସ୍ମିତା ଦାସ, ଦୀପାଞ୍ଜଳୀ ବାରିକ, ଚମେଲି ଗଣ୍ଡ, ବର୍ଷା ବାରିକ ,ଗୁରୁଜୀ ଜ୍ୟୋତି ରଂଜନ ଗୋପାଳ ସହଯୋଗ କରିଥିଲେ ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

