ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଧର୍ମଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ତନ୍ମୟ କୁମାର ଦରୱାନ ଅଧ୍ୟକ୍ଷତା କରିଥିବା ବେଳେ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, କଳାହାଣ୍ଡି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ଧର୍ମଗଡ଼ ବିଡିଓ ସଦାଶିବ ନାୟକ, ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ ଓ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।ଏହି ଜନଶୁଣାଣି ଶିବିରରେ ପକ୍କା ଘର, ରାସନ କାର୍ଡ, ବିଭିନ୍ନ ଭତ୍ତା, ରାସ୍ତା ଗମନାଗମନ, ପାନୀୟ ଜଳ ସହ ଅନ୍ୟାନ୍ୟ ନାଗରିକ ସୁବିଧା ସମ୍ପର୍କିତ ସମସ୍ୟାର ବିଚାର କରାଯାଇଥିଲା। ମୋଟ୍ ୬୩ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ଏଥିମଧ୍ୟରୁ ୪୭ଟି ବ୍ୟକ୍ତିଗତ ଏବଂ ୧୫ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ଥିଲା। ଶିବିରରେ ହିଁ ୬ଟି ମାମଲାର ତୁରନ୍ତ ନିଷ୍ପତ୍ତି କରାଯାଇଛି ଏବଂ ଅବଶିଷ୍ଟ ଅଭିଯୋଗଗୁଡ଼ିକୁ ସଂପୃକ୍ତ ବିଭାଗକୁ ପଠାଇ ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।କାର୍ଯ୍ୟକ୍ରମକୁ ଧର୍ମଗଡ଼ ପଞ୍ଚାୟତ ସମିତିର ଜିପିଡିଓ ଦେବୀପ୍ରସାଦ ମେହେର ସଞ୍ଚାଳନା କରିଥିଲେ।ଏହାକୁ ନେଇ ସ୍ଥାନୀୟ ଲୋକେ ଅଧିକାରୀଙ୍କ ଦ୍ୱାରସ୍ଥ ହେବାର ସୁଯୋଗ ପାଇ ସନ୍ତୋଷ ପ୍ରକାଶ କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

