ଧର୍ମଗଡ( ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡିରେ ଚଳିତ ବର୍ଷ ଖରିପ ଧାନ କ୍ରୟ ପାଇଁ ଆସନ୍ତା ୨୯ ତାରିଖରେ ମଣ୍ଡି ଖୋଲିବା ନେଇ ସୁଚନା ରହିଛି। ତେବେ ମଣ୍ଡି ଆରମ୍ଭ ପୂର୍ବରୁ ଧର୍ମଗଡ ଅଞ୍ଚଳରେ ମାଟିଛନ୍ତି ଦଲାଲ । ଚାଷୀଙ୍କ ଠାରୁ କମ୍ ଦାମରେ ଧାନ କିଣି ଦିନ ଦ୍ୱିପ୍ରହରରେ ଛତିଶଗଡ କୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଦୈନନ୍ଦିନ କଳାହାଣ୍ଡି -ଛତିଶଗଡ ବୋର୍ଡର ଅଞ୍ଚଳ ବେହେରାଗୁଡ଼ା, ପାଇକପଡା,ସେମଲା,ପଲସପାଣି, ପର୍ଲା, ହାତୀପଖାନ୍ ଆଦି ଗ୍ରାମ ଦେଇ ସହ ସହ କୁଇଣ୍ଟାଲ ଧାନ ଚୋରାଚାଲାଣ ହେଉଛି । ଅନ୍ୟପଟେ କିଛି ଆରଏମସି କର୍ମଚାରୀ ଦଲାଲ ମାନଙ୍କ ସହିତ ହାତ ମିଶାଇ ଧାନ ଚୋରା ଚାଲାଣ ରେ ସହଯୋଗ କରୁଥିବା ଜୋରଦାର ଚର୍ଚ୍ଚା ହେଉଛି । ଧାନ ଚୋରାଚାଲାଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପର୍ଲା ଓ ପାଇକପଡ଼ା ଠାରେ ଦୁଇଟି ଚେକ୍ ପୋଷ୍ଟ କରାଯାଉଛି । ତଥାପି ମଧ୍ୟ ବେନିୟମ ଭାବେ ଚାଲାଣ କାଟି ଛତିଶଗଡ ବେପାରୀ ଙ୍କୁ ଧାନ ଚାଲାଣ ରେ ସହଯୋଗ କରିଥିବା ଚର୍ଚ୍ଚା ହେଉଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

