ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ମୌସୁମୀ ର ପ୍ରତ୍ୟାବର୍ତ୍ତନ ପରେ ପରେ ଲଘୁଚାପ ଜନିତ ବର୍ଷା ମଧ୍ୟ ଦୂରୀଭୂତ ହେବା ମାତ୍ରେ ପାରଦ ଖସିଛି! ତାପମାତ୍ରା କମିବା ହେତୁ ଧରା ପୃଷ୍ଠରେ ଶୀତର ଆଗମନ ଦେଖାଦେଇଛି। ସେହିପରି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ମଧ୍ୟ ପ୍ରବଳ ମାତ୍ରାରେ ଥଣ୍ଡା ଅନୁଭୂତ ହେଉଛି। ସନ୍ଧ୍ୟା ହେବା ମାତ୍ରେ ଲୋକେ ଘର ଅଗଣା, ରାସ୍ତା କଡ଼ରେ ନିଆଁ ଜାଳି ତାପିବା ଦେଖିବାକୁ ମିଳିଛି। ସକାଳ ୯ ଟା ପର୍ଯ୍ୟନ୍ତ ଥଣ୍ଡା ହେଉଥିବାରୁ ଗୃହିଣୀ ମାଁ ମାନଙ୍କୁ ଘରକାମ କରିବା ପାଇଁ ବହୁତ କଷ୍ଟ ହେଉଥିବାର ଦେଖାଦେଇଛି।ପ୍ରବଳ ଥଣ୍ଡା ହେତୁ ଛାତ୍ରଛାତ୍ରୀଙ୍କ ସଜବାଜ ହୋଇ ସ୍କୁଲ ଯିବା ପାଇଁ ଡେରି ହେଉଛି । ସେହି ପରି ସବୁଠାରୁ ବେଶୀ କଷ୍ଟ ଦାୟକ ହେଉଛି ବୃଦ୍ଧ ବୃଦ୍ଧା ମାନଙ୍କ ଜୀବନରେ । ଏପରିକି ଶୀତ ଦାଉରୁ ରକ୍ଷାପାଇବା ପାଇଁ ସରକାରୀ କର୍ମଚାରୀ ମାନେ ମଧ୍ୟ ଗରମ ପୋଷାକ ପରିଧାନ କରି ଅଫିସ ରେ କାମ କରୁଥିବା ଦେଖାଦେଇଛି।ଗରମ ଦିନରେ ଯେମିତି ଜଳ ର ଆବଶ୍ୟକତା ହୋଇଥାଏ ସେହିପରି ଶୀତ ଋତୁରେ ଗରମ ପାଇଁ ନିଆଁ ର ଅତ୍ୟାବଶ୍ୟକ ହୋଇଥାଏ! ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

