ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ଅବକାରୀ ବିଭାଗ ତରଫରୁ ଗୋଲାମୁଣ୍ଡା ବ୍ଲକ ର ବୃନ୍ଦାବାହାଲ ଗାଁ ରେ ଚଡାଉ କରାଯାଇଛି । ଏହି ଚଢ଼ାଉ ରେ ବେଆଇନ ଦେଶୀ ମଦ ବିକ୍ରି କରୁଥିବା ନେଇ ଜଣେ ମଦ ବେପାରୀ କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଲେ ବୃନ୍ଦାବାହାଲ ଗାଁ ର ଲକ୍ଷ୍ମଣ ଗୌଡ଼ । ଅଭିଯୁକ୍ତ ଲକ୍ଷ୍ମଣ ଠାରୁ ସମୁଦାୟ ୧୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଏନେଇ ଅବକାରୀ ବିଭାଗ ତରଫରୁ ଅବକାରୀ ଥାନା କେଶ ନମ୍ବର ୧୪୯ /୨୫ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଧର୍ମଗଡ଼ ଅବକାରୀ ଅଧିକାରୀ ପ୍ରତିମା ବେହେରା ସୂଚନା ଦେଇଛନ୍ତି । ଏହି ଚଢ଼ାଉ ରେ ଧର୍ମଗଡ଼ ଅବକାରୀ ଅଧିକାରିଣୀ ପ୍ରତିମା ବେହେରା, ଭୁଜବଳ ପଟେଲ, କର୍ଣ୍ଣ ବାଗ, ଯଶୋବନ୍ତି ଭୋଇ ଏବଂ ୩ ଜଣ ଅବକାରୀ କନେଷ୍ଟବଳ ସାମିଲ ଥିଲେ ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

