ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ସ୍ଥାନୀୟ କୋର୍ଟ ପରିସରରେ ଶିଶୁ ଦିବସ ପାଳନ ଅବସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳ ର ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ୩୬ ଜଣ ସପ୍ତମ ରୁ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଭଗନେଇଥିବା ଶିଶୁ ମାନଙ୍କଦ୍ୱାରା ଅଙ୍କଆଯାଇଥିବା ଚିତ୍ରାଙ୍କନ ସବୁ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଳାହାଣ୍ଡି କୁ ପଠାଯିବ ଏବଂ ଜିଲ୍ଲା ସ୍ତରୀୟ ମୂଲ୍ୟଙ୍କନ ପରେ ଶ୍ରେଷ୍ଠ ବିବେଚିତ ଛାତ୍ର ଛାତ୍ରୀଙ୍କୁ ଆସନ୍ତା ୩୦ ତାରିଖ ଦିନ ପୁରସ୍କୃତ କରାଯିବ କୋର୍ଟ ପକ୍ଷରୁ ସୂଚନା ମିଳିଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ସରକାରୀ ଓକିଲ ଧିରେନ୍ଦ୍ରନାଥ ପାତ୍ର, ବରିଷ୍ଠ ଓକିଲ ତଥା ସଦସ୍ୟା ତାଳୁକ ଆଇନ ସେବା ସମିତି, ସଂଯୁକ୍ତା ପଣ୍ଡା ପ୍ରମୁଖ ମଞ୍ଚାସିନ ହୋଇ ଉକ୍ତ କାର୍ଯ୍ୟକ୍ରମ କୁ ସଂଚାଳିତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭା କୁ ଲୋକଲୋଚନକୁ ଆଣିବା ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ କହିଥିଲେ। l
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

