କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକଙ୍କ ସଭାପତିତ୍ୱରେ ବାର୍ଷିକ କ୍ରୀଡା ଉଦଯାପିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ବିଇଓ ମହେଶ କୁମାର ଭାଟି, ସମ୍ମାନିତ ଅତିଥି ଭାବେ ସମାଜସେବି ଦୁର୍ଗା ପ୍ରସାଦ ଅଗ୍ରୱାଲ,ଲଷ୍ମଣ ଶବର,ସୁବାସ ଚନ୍ଦ୍ର ଅଗ୍ରୱାଲ,ମୋହନ ଚରଣ ଦାସ,ଗୁଣନିଧି ବାଗ, ସିଆରସିସି ଫାଲ୍ଗୁନୀ ବାଣୁଆ,କମଳ କୁମାର ଅଗ୍ରୱାଲ,ସଂଜୟ କୁମାର ସିଙ୍ଗଲ, ରବିନାରାୟଣ ଦାଶ,ଦଶରଥ ଦୁର୍ଗା ରୁକ୍ମଣୀ ବଣୁଆ,ବିନୋଦ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ l ଅତିଥି ମାନଙ୍କ ଦ୍ୱାରା ଯୋଉ ଛାତ୍ର ଛାତ୍ରୀ ମାନେ କ୍ରୀଡା ପ୍ରତିଯୋଗିତା ରେ କୃତିତ୍ୱ ହୋଇ ଥିଲେ ତାଙ୍କୁ ପୁରୁଷ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ପଙ୍କଜ ମୁଖ ଚୌଧରୀ ମଞ୍ଚ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ସୁଶୀଲ କୁମାର ସାହୁ,ଆଶିଷ ରଞ୍ଜନ ପଟେଲ,ନିରଞ୍ଜନ ନିଆଲ,ବବରୁ ବାହାନ ଛତ୍ରିଆ,ଡମ୍ବରୁଧର ନାଏକ,ମୁକେଶ ମେହେର,ମାନସ ରଞ୍ଜନ ମେହେର,ମାମିନା ଚୌଧରୀ,ସୁଭାଷିନୀ ଦାଶ,ବିନାପାଣି ମାଝୀ,ସୀତାରାମ ରାଉତ,ଅକ୍ଷୟ ନାଏକ,ସନ୍ତୋଷ ବେଶ୍ରା, ଜୋହେଶ ମାଝୀ,ମିନାକ୍ଷୀ ଶବର, ରଞ୍ଜନ ନାଏକ, ରଞ୍ଜିତା ଶବର ପ୍ରମୁଖ ସହଯୋଗ କରିଥିଲେ।ଶିକ୍ଷକ ନିରଞ୍ଜନ ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ ପରିଶେଷରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା
