ଖଣ୍ଡପଡା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ବ୍ଲକ ଅଧୀନ କୁମ୍ଭାରପଡା ଗ୍ରାମସ୍ଥିତ ଶ୍ରୀ ଶ୍ରୀ ଲଡ଼ୁକେଶ୍ୱର ଜୀୟୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବିଦ୍ୟାଳୟର ଅଧକ୍ଷା ପ୍ରମୋଦ କୁମାର ରାଉତ ସଭାପତିତ୍ୱ କରିଥିଲେ। ଶିକ୍ଷା ବିଭାଗ ଅଧ୍ୟାପିକା ମଞ୍ଜୁଲତା ଭୋଇ, କ୍ରୀଡାଶିକ୍ଷକ ସୁମନ୍ତ କୁମାର ସାହୁଙ୍କ ତତ୍ତ୍ବାବଧାନରେ ରମେଶ କୁମାର ବାରିକ, ମାନସିଂ ପ୍ରଧାନ,ରମେଶ କୁମାର ମହାପାତ୍ର,ବିଜୟ କୁମାର ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୂ ପରିଚାଳନା କରିଥିଲେ। ପ୍ରାରମ୍ଭରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ସ୍ଵାଗତ ସଂଗୀତ ଗାନ କରିଥିଲେ।ଅତିଥିମାନେ ୨ ୟ ବର୍ଷ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ପାଠପଢାରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ। ପରିଶେଷରେ ବିଦାୟୀ ଛାତ୍ରଛାତ୍ରୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ

